ରାଜ୍ୟସଭା ନିର୍ବାଚନ: ୩ ବିଜେଡ଼ି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ

0
815
RS-polls
RS-polls
ଭୁବନେଶ୍ୱର : ବିଜେଡିର ୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି । ରାଜ୍ୟସଭାର ୩ଟି ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେଡି ପ୍ରାର୍ଥୀ, ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ନିର୍ବାଚନ ଅଧିକାରୀ ରାଜେଶ୍ ପ୍ରଭାକର ପାଟିଲ ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ନାମାଙ୍କନ ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ସୁବାଷ ମହାପାତ୍ରଙ୍କର ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ ନଥିବାରୁ ତାଙ୍କର ନାମାଙ୍କପତ୍ର ଖାରଜ ହୋଇଯାଇଛି । ଗତକାଲି ନାମାଙ୍କପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆସନ୍ତା ୧୫ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଆବଶ୍ୟକସ୍ଥଳେ ୨୩ ତାରିଖ ଦିନ ରାଜ୍ୟସଭା ନିର୍ବାଚନ କରାଯିବ। ଏଥିପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲୀପ ତିର୍କୀଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୩ ତାରିଖରେ ଶେଷ ହେଉଛି ।