ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ରଘୁ ମହାନ୍ତି

0
898
raghunath mohanty
raghunath mohanty
ଭୁବନେଶ୍ୱର :  ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ।

 ଏହା ଦ୍ୱାରା ଶ୍ରୀ ମହାନ୍ତିଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଏଥିପୂର୍ବରୁ ଶ୍ରୀ ମହାନ୍ତିଙ୍କୁ ଦଳର ସାଂଗଠନିକ କାର୍ଯ୍ୟ କରିବା ପାଇଁ ଉପସଭାପତି ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ସେହିପରି ରାଜ୍ୟ ଶିଶୁ ଅଧିକାର ସୁରଷା କମିଶନର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ସଂଧ୍ୟାବତୀ ପ୍ରଧାନ। ୩ ବର୍ଷ ପାଇଁ  ସଂଧ୍ୟାବତୀଙ୍କୁ ଓଡିଶା ସରକାର ଏହି ନିଯୁକ୍ତି ଦେଇଛନ୍ତି ।  ପ୍ରକାଶ ଥାଉ କି, ଶ୍ରୀ ମହାନ୍ତି ପୂର୍ବରୁ ମନ୍ତ୍ରୀ ଥିବା ବେଳେ ବୋହୂ ବର୍ଷାସୋନୀ ନିର୍ଯାତନା ମାମଲାରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିଲେ ।