ରାଜ୍ୟ କଂଗ୍ରେସର ହେବ ନବକଳେବର : ପ୍ରସାଦ

0
899
pr harichandan
pr harichandan
ଭୁବନେଶ୍ୱର : କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ବୁଥ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି  ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି  । ଆଜିଠାରୁ ଓଡ଼ିଆ ନବ ବର୍ଷ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ଦଳର ମଧ୍ୟ ନବକଳେବର ହେବ ବୋଲି ସୂଚନା ଦେଇଛନ୍ତି ପ୍ରସାଦ ।
ଦଳୀୟ କନ୍ଦଳ ଓ ପିସିସି ସଭାପତିଙ୍କ ପରିବର୍ତ୍ତନ ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ହାତ ଛାଡ଼ିବାରେ ଲାଗିଛନ୍ତି । କିନ୍ତୁ ପ୍ରଭାରୀ ପରିବର୍ତ୍ତନ କରାଯିବା ପରେ କିଛି ନେତାଙ୍କ ମନରେ ଆଶା ସଂଚାର ହୋଇଛି । ଏହାରି ମଧ୍ୟରେ ଦୀର୍ଘ ଦିନ ଧରି ଚୁପ ବସିଥିବା ଦଳର ରାଜ୍ୟ ମୂଖିଆ  ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ।

କଂଗ୍ରେସରେ କିଛିଦିନ ହେବ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି । ଦଳର ସଂଗଠନକୁ ସଜାଡିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ପିସିସି ସଭାପତି କହିଛନ୍ତି । ଦଳର ସଂଗଠନକୁ ସୁଦୃଢ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ବୁଥ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଆମୂଳଚୂଳ ପରିବର୍ତ୍ତନ କରାଯିବ । ଏହା ସହିତ ନୂତନ ପ୍ରଭାରୀ ଜୀତେନ୍ଦ୍ର ସିଂହ ଖୁବଶୀଘ୍ର ଓଡିଶା ଗସ୍ତରେ ଆସିବେ ବୋଲି ପ୍ରସାଦ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି ।