ରାଜ୍ୟ ବଜେଟ: ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା

0
970
Sashi-Bhusan-Behera
Sashi-Bhusan-Behera
ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷର ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ବ୍ୟୟ ଅଟକଳ ରହିଛି।  ବଜେଟରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଆଜି ବିଧାନସଭା ଅଧିବେଶନରେ ରାଜ୍ୟର ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହାକୁ ଉପସ୍ଥାପନ କରି କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗ ସହ ପରାମର୍ଶ କରାଯାଇ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତୁତ କରାଯାଇଛି। ଚଳିତ ବଜେଟରେ ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ବ୍ୟୟ ଅଟକଳ ରହିଛି। ଚଳିତବର୍ଷ ବଜେଟକୁ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ କୃଷି ବଜେଟ ଓ ଦ୍ୱିତୀୟଟି ରହିଛି ଆନୁସାଙ୍ଗିକ ବଜେଟ । ଏଥର ବଜେଟରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ୨୦୧୮ -୧୯ ମୋଟ ଆର୍ଥିକ ବର୍ଷ ପାଇଁ ମୋଟ ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୦ ହଜାର ୭୬୧ କୋଟି ଟଙ୍କା। ସେଥିମଧ୍ୟରୁ ଦରମା ପାଇଁ ୨୨ ହଜାର ୨୧ କୋଟି ଟଙ୍କା, ପେନସନ ପାଇଁ ୧୧ ହଜାର ୯୧୨ କୋଟି ଟଙ୍କା, ସୁଧଦେୟ ପାଇଁ ୫ ହଜାର ୫୦୦ କୋଟି ଏବଂ ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୪ ହଜାର ୪୦୦ କୋଟି ଟଙ୍କା ରହିଛି।

ସେହିପରି ସମ୍ପର୍ଣ୍ଣା ଯୋଜନାର ବ୍ୟୟ ଅଟକଳ ରହିଛି ୬୭ ହଜାର କୋଟି ଟଙ୍କା । ସେଥିରୁ ସରକାରୀ କ୍ଷେତ୍ର ପାଇଁ ୬୨ ହଜାର କୋଟି ଟଙ୍କା ରହିଥିବା ବେଳେ ସରକାରୀ ଉଦ୍ୟୋଗ ପାଇଁ ୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ ହଜାର ୮୬୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ସେଥିରୁ ସ୍ଥାନୀୟ ନିର୍ବୀୟ ସଂସ୍ଥାକୁ ୫ ହଜାର ୪୦୨ କୋଟି ଟଙ୍କା ହସ୍ତାନ୍ତରିତ ହେବ।  ୨୦୧୮-୧୯ ଆର୍ଥିକ ବର୍ଷ ବ୍ୟୟ ଅଟକଳ  ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ମଧ୍ୟରୁ ପୁଞ୍ଜି ବେୟ ଅଟକଳ ୨୪ ହଜାର ୫୬୭ କୋଟି ଟଙ୍କା ରହିଛି । ଯାହା ସାମଗ୍ରିକ ଘରୋଇ ଉତ୍ପାଦ ୫.୫ ପ୍ରତିଶତ ଅଟେ । ଗଣ ଅଗ୍ରିମ ଓ ପୁଞ୍ଜି ସମ୍ପତ୍ତି ପାଇଁ ଓ ଅନ୍ୟାନ୍ୟ ୯ ହଜାର ୯୦ କୋଟି ଟଙ୍କା ବ୍ୟୟ ବଦାର କରାଯାଇଛି।    ୨୦୧୮-୧୯ ଆର୍ଥିକବର୍ଷର ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୯ ହଜାର ୬୭୮ କୋଟି ଟଙ୍କା ଭରଣା ହେବ ବୋଲି ଆକଳନ କରାଯାଇଛି।