ରାଜ୍ୟ ସଭାରେ ବଡ଼ ଦଳ ହେଲା ବିଜେପି

0
996
bjp lotus
bjp lotus
ନୂଆଦିଲ୍ଲୀ : ଏବେ ସଂଖ୍ୟା ଦୃଷ୍ଟିରୁ  ରାଜ୍ୟସଭାରେ  ସବୁଠୁ ବଡ଼ ପାର୍ଟି ହୋଇଯାଇଛି ବିଜେପି ।  ପଛରେ ରହିଯାଇଛି କଂଗ୍ରେସ । ରାଜ୍ୟସଭା ନିର୍ବାଚନରେ ବିଜେପିକୁ   ସଫଳତା ମିଳିଛି । ଉତ୍ତରପ୍ରଦେଶ ନିର୍ବାଚନରେ ୯ଟି ଆସନରେ ବିଜୟ ଲାଭ କରି ବିଜେପି ରାଜ୍ୟସଭାରେ ମଧ୍ୟ ସବୁଠୁ ବଡ଼ ପାର୍ଟି ହୋଇଯାଇଛି ।
ରାଜ୍ୟସଭାରେ ବିଜେପି ଠାରୁ ମଧ୍ୟ ପଛରେ ରହିଯାଇଛି କଂଗ୍ରେସ । ଏବେ ବିଜେପିର  ୭୩  ଥିବାବେଳେ କଂଗ୍ରେସର ୫୪ ଜଣ ସଦସ୍ୟ ରାଜ୍ୟସଭାରେ ଥିବାବେଳେ ତୃତୀୟ ସ୍ଥାନରେ ରହିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟିର ୧୮ ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି । ସଂପ୍ରତି ରାଜ୍ୟସଭାରେ ବର୍ତ୍ତମାନ ଏଆଇଏଡ଼ିଏମକେର ୧୩ ଜଣ, ତୃଣମୂଳ କଂଗ୍ରେସର ୧୨, ବିଜେଡ଼ିର ୮, ଜେଡ଼ିୟୁର ୭, ସିପିଏମ୍ ର ୬ ଓ ତେଲୁଗୁ ଦେଶମ୍ ପାର୍ଟିର ୬ଜଣ ଏନସିପିର ୫ଜଣ ସାଂସଦ ଥିବାବେଳେ ୭ଟି ଆସନ ଖାଲି ପଡ଼ିଛି ।

ଗତକାଲି ଉତ୍ତରପ୍ରଦେଶରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ଫୁଲପୁର ଓ ଗୋରଖପୁର ଉପନିର୍ବାଚନର ପ୍ରତିଶୋଧ ନେଇଛି । ରାଜ୍ୟରେ ୧୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପିକୁ ୯ ଆସନରେ ସଫଳତା ମିଳିଛି । ଗୋଟିଏ ଆସନରୁ ସପାର ଜୟା ବଚ୍ଚନ ନିର୍ବାଚିତ ହୋଇଥିବାବେଳେ ବସପାର ଭୀମ ରାଓ ଆମ୍ବେଦକର ପରାଜୟ ବରଣ କରିଛନ୍ତି । ବସପା ପ୍ରାର୍ଥି ଭୀମରାଓଙ୍କୁ ୩୨ ଜଣ ବିଧାୟକଙ୍କ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥି ଅନୀଲ ଅଗ୍ରୱାଲଙ୍କୁ ୩୩ ଜଣ ବିଧାୟକଙ୍କ ଭୋଟ ମିଳିଛି । ରାଜ୍ୟସଭାରେ ବିଜେପି ଏବେ ସଂଖ୍ୟା ଦୃଷ୍ଟିରୁ ବଡ଼ ଦଳ ହୋଇପାରିଛି ।