ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି

0
1023
money
money
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତା ୨ ପ୍ରତିଶତ ବୃଦ୍ଧି ହୋଇଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତ ଜାନୁଆରୀ ମାସରୁ ଲାଗୁ ହେବ। ସେହିପରି ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଧାରୀଙ୍କ ଟିଆଇ ୨ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଅଣସଂଶୋଧିତ ହାରରେ ପେନସନ୍ ପାଉଥିବା ପେନସନଧାରୀଙ୍କର ୩ପ୍ରତିଶତ ଟିଆଇ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ୩.୫ ଲକ୍ଷ କର୍ମଚାରୀ ଓ ୨ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ମଧ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଧାରୀଙ୍କ ପାଇଁ ୧ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରାଯାଇଥିଲା ।