ରାମନବମୀ ଦୁର୍ଘଟଣା: ୪ମୃତ, ବର୍ତ୍ତିଲେ ଚନ୍ଦ୍ରବାବୁ ନାଇଡୁ

0
1004
hail storm devasted ram navami pendal
hail storm devasted ram navami pendal

କଡ଼ପା : ଆନ୍ଧ୍ରପ୍ରଦେଶରେ ରାମନବମୀ ଦୁର୍ଘଟଣାରେ  ୪ଜଣ ଲୋକଙ୍କର ମୃତ୍ୟୁ ଘଟିଛି  ।   ୭୦ ଜଣ ଲୋକ ଆହତ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ବଢ଼ି ପାରେ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତି ଯାଇଛନ୍ତି ।

ଆନ୍ଧ୍ରପ୍ରଦେଶର କଡ଼ପା ଜିଲାରେ ଶୁକ୍ରବାର ରାମନବମୀ ଶୋଭାଯାତ୍ରାରେ ଅଭାବନୀୟ ଦୁର୍ଘଟଣା ଘଟିଛି । ଏଥିରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଲୋକ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ର ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରାଥମିକ ସୂଚନା ଅନୁସାରେ ମଞ୍ଚ ଭୁଶୁଡ଼ିବାରୁ ଦୁର୍ଘଟଣା ଘଟିଛି । କାଳବୈଶାଖୀ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଶୋଭାଯାତ୍ରାରେ ସାମିଲ ଥିବା ଲୋକେ ମଞ୍ଚ ଉପରୁ ପଡ଼ିଯାଇଥିଲେ । ଏହି କାରଣ ଯୋଗୁଁ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି । ରାମନବମୀ ଉତ୍ସବରେ ଅଂଶଗ୍ରହଣ କରିଥିବା ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କର ଅନେକ ସମର୍ଥକ ମଧ୍ୟ ପହଞ୍ଚିଥିଲେ । ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କଡ଼ପା ଜିଲ୍ଲାର ଭୋଣ୍ଟିମିଟାର ଐତିହାସିକ କୋଡ଼ନଡ଼ମା ସ୍ୱାମୀ ମନ୍ଦିରରେ ଅସ୍ଥାୟୀ ମଞ୍ଚ ନିର୍ମାଣ କରାଯାଇଥିଲା । ଝଡ଼ ତୋଫାନ ହେବାରୁ ଏହା ଭୂଶୁଡ଼ି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜର କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ବାର୍ଷିକ ସମାରୋହରେ ଯୋଗଦେଇଥିଲେ । କିଛି ସମୟ ପରେ ମଞ୍ଚ ଭାଙ୍ଗିଯିବାରୁ ଦଳଚକଟା ହୋଇ ଯାଇଥିଲା ।  ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝଡ଼ ତୋଫାନକୁ ଖାତିର ନକରି ସମାରୋହରେ ଯୋଗ ଦେଇଥିବାକୁ ମୁଖ୍ୟମନ୍ତ୍ରୀ ନାଇଡୁ ଲୋକଙ୍କୁ ପ୍ରଶଂସା କରିଛନ୍ତି । ସେ ଲୋକଙ୍କୁ କହିଛନ୍ତି, ସେମାନେ ପ୍ରାର୍ଥନା କରନ୍ତୁ ଯେ, ରାମରାଜ୍ୟ ଫେରିଆସୁ । ସେ କହିଛନ୍ତି ଏହି ମନ୍ଦିରର ବିକାଶ ପାଇଁ ଟିଟିଡିକୁ ହସ୍ତାନ୍ତର କରାଯିବ ।