ରାହୁଲଙ୍କୁ ବିଜେପିର ଜବାବ : ପରାଜିତ ବ୍ୟକ୍ତିର ବୟାନବାଜି

0
857
nirmala sitaraman
nirmala sitaraman

ନୂଆଦିଲ୍ଲୀ : 

କୌରବ  ସହିତ  ବିଜେପି  ତୂଳନା କରି ରାହୁଲ ଦେଇଥିବା ମନ୍ତବ୍ୟ ଉପରେ  କଡ଼ା ଟିପ୍ପଣୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତି ରକ୍ଷା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲଙ୍କ ଭାଷଣ ଏକ ପରାଜିତ ବ୍ୟକ୍ତିର ବୟାନବାଜି ଛଡା ଆଉ କିଛି ନୁହଁ। 

ନିଜକୁ ପାଣ୍ଡବ ଦର୍ଶାଉଥିବା   କଂଗ୍ରେସ ଖୋଦ ଶିଖ ଦଙ୍ଗା ପାଇଁ ଦାୟୀ ଏବଂ ଏହି ଦଳ ହିଁ ଆତଙ୍କବାଦୀଙ୍କ ଶବ ଉପରେ କାନ୍ଦେ। କଂଗ୍ରେସ ହେଉଛି ସେହି ପାର୍ଟି ଯିଏ ଦେଶରେ ଜରୁରୀକାଳୀନ ସ୍ଥିତି ଲଗାଇଥିଲା। ଏହା ସହିତ ଆଜି କାଶ୍ମୀରରେ ଯେଉଁ ସମସ୍ୟା ଲାଗି ରହିଛି ତାହା କଂଗ୍ରେସର ଦାନ। ଦେଶର ଖରାପ ସ୍ଥିତି ପାଇଁ କଂଗ୍ରେସ ଦାୟୀ। ଶ୍ରୀରାମଙ୍କ ଉପରେ ପ୍ରଶ୍ନ କରୁଥିବା ଲୋକେ ଆଜି ନିଜକୁ  ପାଣ୍ଡବ କହୁଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଉନ୍ନତ ପ୍ରଦର୍ଶନ କରିବା ନେଇ ରାହୁଲ ଦେଇଥିବା ମନ୍ତବ୍ୟ ଉପରେ ସୀତାରମଣ କହିଛନ୍ତି ଯେ ନିକଟରେ ସଂପନ୍ନ ଉପ ନିର୍ବାଚନରେ କଂଗ୍ରେସ ନିଜର ଅସ୍ଥିତ୍ଵ ହରାଇଛି। ଉଲ୍ଲେଖଯୋଗ୍ୟ କଂଗ୍ରେସ ମହା ଅଧିବେଶନର ସମାପନ ଭାଷଣରେ ରାହୁଲ ବର୍ତ୍ତମାନ ଅବସ୍ଥାର ତୂଳନା ମହାଭାରତ ସହିତ କରିଥିଲେ। ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ଯୁଦ୍ଧ ହୋଇଥିଲା ଏବଂ ସେହି ଯୁଦ୍ଧରେ ଗୋଟିଏ ପଟେ କୌରବ କ୍ଷମତା ନିଶାରେ ଚୁର ଥିବା ବେଳେ ଅନ୍ୟ ପଟେ ପାଣ୍ଡବ ବିନମ୍ର ଥିଲା। ସେହି ପରି ଆଜି ବିଜେପି  କୌରବ ପରି କ୍ଷମତା ନିଶାରେ ଚୁର ରହିଥିବା ବେଳେ କଂଗ୍ରେସ ବିନମ୍ର ରହିଛି।

ମହାଧିବେଶନରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ପାଣ୍ଡବଙ୍କ ପରି କାମ କରୁଛି ଯିଏ ସତ୍ୟ ପାଇଁ ଲଢିଥାଏ।  ବିଜେପି ଓ ଆରଏସଏସ କୌରବଙ୍କ ପରି କ୍ଷମତା ପାଇଁ ଲଢୁଛନ୍ତି। ସେ କହିଛନ୍ତି ଯେ ବିଜେପି ଏକ ସଂଗଠନର ସ୍ଵର ଏବଂ କଂଗ୍ରେସ ପୁରା ଦେଶର ସ୍ଵର।