ରାୟଗଡ଼ା ଓ ବାରିପଦାରେ ନିର୍ମାଣ ହେବ ପ୍ଲାନେଟୋରିୟମ

0
845
planetorium
planetorium
ଭୁବନେଶ୍ୱର  : ରାୟଗଡ଼ା ଓ ବାରିପଦାରେ ଆଉ ଦୁଇଟି ପ୍ଲାନେଟୋରିୟମ ନିର୍ମାଣ ହେବ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଯାଗା ଚିହ୍ନଟ ହୋଇଛି ।  କେନ୍ଦୁଝରଠାରେ ମଧ୍ୟ ନିର୍ମାଣ ପାଇଁ ଆଲୋଚନା ଚାଲିଥିବା ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର  କହିଛନ୍ତି ।
 ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ଆଉ କେତେକ ସହରରେ ପ୍ଲାନେଟୋରିୟମ ନିର୍ମାଣ କରାଯିବ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଯାଗା ଚିହ୍ନଟ ହୋଇଛି । ରାୟଗଡ଼ା ଓ ବାରିପଦାରେ ଆଉ ଦୁଇଟି ପ୍ଲାନେଟୋରିୟମ ନିର୍ମାଣ ହେବ । କେନ୍ଦୁଝରଠାରେ ମଧ୍ୟ ନିର୍ମାଣ ପାଇଁ ଆଲୋଚନା ଚାଲିଥିବା ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ଅଶ୍ୱିନୀ ପାତ୍ର ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଲେ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର କନିସି ମୌଜାର ବିକ୍ରମପୁରଠାରେ ପାଂଚ ଏକର ଜାଗା ଚିହ୍ନଟ ହୋଇଛି । ଏହି ସ୍ଥାନରେ ପାଚେରୀ ନିର୍ମାଣ ପାଇଁ ଇଡ଼କୋ କୁ ୪୯,୫୨,୪୦୦ ଟଙ୍କା ହସ୍ତାନ୍ତର କରାଯାଇଛି । ଖୁବ୍ ଶୀଘ୍ର ଏହା ନିର୍ମାଣ ହେବ । ପରେ ପରେ ରାୟଗଡ଼ା, ବାରିପଦାରେ ନିର୍ମାଣ କରାଯିବ । ଯଦି ନିଷ୍ପତ୍ତି ହୁଏ ତେବେ କେନ୍ଦୁଝରରେ ମଧ୍ୟ ପ୍ଲାନେଟୋରିୟମ ନିର୍ମାଣ ହେବ ବୋଲି ମନ୍ତ୍ରୀ ପାତ୍ର ସୂଚନା ଦେଇଛନ୍ତି ।