ଭୁବନେଶ୍ୱର : ରୁକୁଣା ରଥଯାତ୍ରାରେ ବାରମ୍ବାର ବିଭ୍ରାଟ ଦେଖାଯାଇଥିବାରୁ ଅଧାରେ ଅଟକିଲେ ଲିଙ୍ଗରାଜ। ରଥ ଟଣା ଚାଲିଥିବା ବେଳେ ବାରମ୍ୱାର ଦଉଡି ଛିଡ଼ିବାରୁ ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରଥ ଟଣା ଆଜି ପାଇଁ ବନ୍ଦ ରହିଛି। ଆସନ୍ତାକାଲି ଦିନ ସାଢେ ୨ଟାରେ ପୁଣି ଥରେ ରଥ ଟଣା ଯିବ ବୋଲି ସୂଚନା ଦିଆଯାଇଥିଲା ।
୩ ଥର ଦଉଡି ଛିଣ୍ଡିବା ପରେ ଆଜିର ରଥ ଟଣା ବନ୍ଦ ରହିଲା ବୋଲି ମାଇକ ଯୋଗେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଘୋଷଣା କରାଗଲା । ନୂଆ ଦଉଡି ଆସିଲେ ଆସନ୍ତାକାଲି ଦିନ ସାଢେ ୨ଟାରେ ପୁଣି ଥରେ ରଥ ଟଣା ଯିବ ବୋଲି ସୂଚନା ଦିଆଗଲା । ଅନ୍ୟପକ୍ଷରେ ରୁକୁଣା ରଥଯାତ୍ରାରେ ବାରମ୍ବାର ବିଭ୍ରାଟ ଦେଖାଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଛି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରୁକୁଣା ରଥା ଦୁଇ ଦିନ ଧରି ଟଣାଯାଏ । ପ୍ରଥମ ଦିନରେ ରଥ ବଢେଇବାଙ୍କ ପର୍ଯ୍ୟନ୍ତ ଟଣାଯାଏ । ତା’ପର ଦିନ ରଥ ମାଉସୀ ମାଆ ଛକ ସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାଇଥାଏ । ମାତ୍ର ଚଳିତବର୍ଷ ବିଭ୍ରାଟ ଦେଖାଦେଇଛି । ପ୍ରଥମେ ନୀତିକାନ୍ତିରେ ବିଳମ୍ବ ଘଟିବାରୁ ରଥ ଟଣାରେ ବିଳମ୍ବ ହୋଇଥିଲା । ସେହିପରି ରଥ ଟଣା ଆରମ୍ଭ ହେବା ପରେ ଦଉଡି ବାରମ୍ୱାର ଛିଡ଼ି ଥିଲା । ଯାହାଫଳରେ ରଥା ଟଣାକୁ ବନ୍ଦ ରଖାଯାଇଥିଲା ।