ରେଭେନ୍ସା: ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ, ଖୁବ୍‌ଶୀଘ୍ର ହଟିବ ସାଇନ୍-ଏ-ଡାଏ

0
725
revenshaw1
revenshaw1

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ବେଳେ ଖୁବ୍‌ଶୀଘ୍ର ସାଇନ୍-ଏ- ଡାଏ ହଟିବା ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଈଶାନ ପାତ୍ର ।
ସୃଷ୍ଟି ହୋଇଥିବା ଅଚଳାବସ୍ଥା ଅତି ଶୀଘ୍ର ସ୍ୱାଭାବିକ ହେବାକୁ ଯାଉଛି। ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ହଟିବା ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ କୁଳପତିଙ୍କ ସହ ଆଲୋଚନା ପରେ ଏହା ଜଣାପଡ଼ିଛି। ଆଲୋଚନା ପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ବେଳେ ଖୁବ୍‌ଶୀଘ୍ର ସାଇନ୍-ଏ- ଡାଏ ହଟିବା ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଈଶାନ ପାତ୍ର ।
ବିଶ୍ୱବିଦ୍ୟାଳୟରେ ଶାନ୍ତି ଫେରାଇ ଆଣିବାକୁ ଆଜି କୁଳପତି ଈଶାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକାଡେମିକ କାଉନସେଲିଂ ବୈଠକ ବସିଥିଲା । ବୈଠକରେ ରେଜିଷ୍ଟ୍ରାରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ପ୍ରଭୁତି ଉପସ୍ଥିତ ରହିଥିଲେ। ଛାତ୍ର କ୍ରିୟାନୁଷ୍ଠାନର ୫ଟି ଦାବି ଓ ସାଇନ-ଏ-ଡାଏ ହଟିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକ ଶେଷ ହେବା ପରେ କୁଳପତି ଏହି ସମ୍ପର୍କୀତ ସୂଚନା ଦେବା ସହ ପ୍ରଥମେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ହଟିଲେ ସାଇନ-ଡାଏ-ହଟିବା ନେଇ କହିଥିଲେ।

ଅପରପକ୍ଷରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କୁଳପତିଙ୍କୁ ଭେଟି ମୁଖ୍ୟ ଦାବି ବର୍ଦ୍ଧିତ ଫିକୁ କମ କରିବା ଓ ସାଇନ-ଏ-ଡାଏ ପ୍ରତ୍ୟାହାର ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ସଫଳ ହୋଇଥିଲା। ରେଭେନ୍ସା ଗେଟ୍ ସମ୍ମୁଖରେ ନିଜ ଜିଦରେ ଅଡ଼ି ବସିଥିବା ଛାତ୍ରଛାତ୍ରୀମାନେ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। କୁଳପତି ଶ୍ରୀ ପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କ ଥିବା ମୁଖ୍ୟ ଦାବିକୁ ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବ ବୋଲି କହିଛନ୍ତି।