ରେଲୱେ ବୋର୍ଡ଼ ଅଧ୍ୟକ୍ଷଙ୍କ ଦ୍ୱାରା ପୂର୍ବତଟ ରେଳପଥର ପ୍ରକଳ୍ପଗୁଡ଼ିକର ସମୀକ୍ଷା

0
950
train 1
train 1

ଭୁବନେଶ୍ୱର, ୨୭ ଜୁନ୍(ହି.ସ.) – ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଏ.କେ. ମିତଲ ଗତ ଶନିବାର ଦିନ ପୂର୍ବତଟ ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମହାପ୍ରବନ୍ଧକ ଶ୍ରୀ ଉମେଶ ସିଂହ ଓ ରେଳପଥର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କ ସହ ରେଳପଥର କାର୍ଯ୍ୟଦକ୍ଷତା ଓ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ।
ପୂର୍ବତଟ ରେଳପଥ ମଧ୍ୟରେ ଚାଲୁରହିଥିବା ରେଳପ୍ରକଳ୍ପ ପାଇଁ ଧନରାଶି ବିବାଦସ୍ପଦ ନୁହେଁ, ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯିବ ବୋଲି ଶ୍ରୀ ମିତଲ କହିଛନ୍ତି । ଖର୍ଚ୍ଚ ଅଭିବୃଦ୍ଧିକୁ ପରିହାର କରିବା ପାଇଁ ମହତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରାଯିବାକୁ ଗୁରୁତ୍ୱାରୋପ କରାଯାଉ ଅଛି ଏବଂ ଏହି ଅଂଚଳରେ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ କୁହାଯାଇ ଅଛି । ଏଥିପାଇଁ ଏହି ଅଂଚଳରେ ରେଳ ପ୍ରକଳ୍ପଗୁଡ଼ିକର ଉନ୍ନତି ପାଇଁ ଶ୍ରୀ ମିତଲ ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ ସଂସ୍ଥାମାନଙ୍କର ସହଯୋଗ କାମନା କରିଛନ୍ତି । ଏହି ବୈଠକରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ରାଜୀବ ଶର୍ମାଙ୍କ ସହ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।