ରେଳଷ୍ଟେସନ ନବୀକରଣ : ଦେଖିବାକୁ ମିଳିବ କଳା ଓ ଐତିହ୍ୟର ଝଲକ

0
1024
bhubaneswar-railway-station-art3
bhubaneswar-railway-station-art3
ଭୁବନେଶ୍ୱର  : ସ୍ଥାନୀୟ ଅଂଚଳକୁ ପ୍ରତିଫଳିତ କରୁଥିବା କଳାକୃତି ଷ୍ଟେସନ ପରିସରରେ ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ପାଇଁ ଷ୍ଟେସନରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରାଯିବ । କଟକ, ଭୁବନେଶ୍ୱର, ସମ୍ବଲପୁର ଓ ଝାରସୁଗୁଡ଼ା ରେଳଷ୍ଟେସନକୁ ଏଥିପାଇଁ ବାଛିଛି ଭାରତୀୟ ରେଳ ।
 ଭାରତୀୟ ରେଳ ପକ୍ଷରୁ ଦେଶର ୯୦ଟି ରେଳଷ୍ଟେସନର ନବୀକରଣ ସାଙ୍ଗକୁ ଦିଆଯାଉଛି ନୂଆ ରୂପ । ଏଥିରେ ଓଡ଼ିଶାର ଚାରିଟି ରେଳଷ୍ଟେସନ ସାମିଲ ହୋଇଛି । କଟକ, ଭୁବନେଶ୍ୱର, ସମ୍ବଲପୁର ଓ ଝାରସୁଗୁଡ଼ା ରେଳଷ୍ଟେସନକୁ ଏଥିପାଇଁ ବାଛିଛି ଭାରତୀୟ ରେଳ । ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ ସରିଛି ବାକି ତିନୋଟି ରେଳ ଷ୍ଟେସନରେ ଅନୁରୂପ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ସବୁ ଷ୍ଟେସନ ଗୁଡ଼ିକ ବିଶ୍ୱସ୍ତରୀୟ ହେବ । ଯାତ୍ରୀମାନଙ୍କ ପାଇଁ ଷ୍ଟେସନରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରାଯିବ । ସ୍ଥାନୀୟ ଅଂଚଳକୁ ପ୍ରତିଫଳିତ କରୁଥିବା କଳାକୃତି ଷ୍ଟେସନ ପରିସରରେ ଦେଖିବାକୁ ମିଳିବ । ଆଗ୍ରା ଷ୍ଟେସନକୁ ତାଜ ମହଲ ଆକୃତି ଦିଆଯାଉଥିବାବେଳେ ଉଜୟିନୀ ଷ୍ଟେସନକୁ ମହାକାଳେଶ୍ୱର ମନ୍ଦିରର ରୂପ ଦିଆଯିବ । ଭୁବନେଶ୍ୱର ରେଳଷ୍ଟେସନ ରେ ମନ୍ଦିରମାଳିନୀ ସହର ପ୍ରତିଫଳିତ ହୋଇପାରେ । ସେହିପରି କଟକରେ ବାରବାଟୀ ଦୁର୍ଗ ସମ୍ବଲପୁରରେ ହସ୍ତତନ୍ତ କଳା ସାମଗ୍ରୀ ଓ ତନ୍ତ୍ରଶାଳା ନା ଆଉ କଣ ତାହା ଚୂଡାନ୍ତ ହୋଇନାହିଁ । ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବି ତଥା ନାଗରିକ ସମାଜର ମତାମତ କ୍ରମେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତଟ ରେଳ ପକ୍ଷରୁ ଜଣାଯାଇଛି ।