ମାଲକାନଗିରି : ହଠାତ୍ ଲଞ୍ଚରେ ଲାଗିଲା ନିଆଁ । ଏକ ବଡ଼ଧରଣର ଅଘଟରୁ ବର୍ତ୍ତିଯାଇଛନ୍ତି ଶତାଧିକ ପର୍ଯ୍ୟଟକ । କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନଥିବାବେଳେ ଲଞ୍ଚରେ ଥିବା ସିଲିଣ୍ଡରରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜମହେନ୍ଦ୍ରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପିକୁଣ୍ଡଲମ୍ ଯାଉଥିବା ଶତାଧିକ ପର୍ଯ୍ୟଟକ ଏକ ବଡ଼ଧରଣର ଅଘଟରୁ ବର୍ତ୍ତିଯାଇଛନ୍ତି। ପାପିକୁଣ୍ଡଲମକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ୧୨୦ ଜଣ ପର୍ଯ୍ୟଟକ ଏକ ଲଞ୍ଚରେ ବସି ଯାଉଥିଲେ। କୂଳରୁ କିଛି ବାଟ ଗଲା ପରେ ହଠାତ୍ ଲଞ୍ଚରେ ନିଆଁ ଲାଗିଯାଇଥିଲା। ଧୀରେଧୀରେ ନିଆଁର ପ୍ରକୋପ ବଢ଼ିବାରୁ ଡ୍ରାଇଭର ତୁରନ୍ତ ଲଞ୍ଚକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିଥିଲେ। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତ ୧୨୦ ଜଣ ପର୍ଯ୍ୟଟକ।
ତେବେ ଏହି ଲଞ୍ଚରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନଥିବାବେଳେ ଲଞ୍ଚରେ ଥିବା ସିଲିଣ୍ଡରରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଗତ ଗୁରୁବାର ଦିନ ଏହି ଘଟଣାଟି ଘଟିଥିବାବେଳେ ଆଜି ସାମ୍ନାକୁ ଆସିଛି ସେହି ଦୁର୍ଘଟଣାର ଚିତ୍ର। ଦେଖନ୍ତୁ ଏହି ଲଞ୍ଚଟି କେମିତି ହୁତୁ ହୁତୁ ହୋଇ ଜଳିଯାଉଛି।