ଲିଙ୍ଗରାଜ ମନ୍ଦିର ଗର୍ଭ ଗୃହ ଫଟୋ : ବିବାଦରେ କେନ୍ଦ୍ରମନ୍ତ୍ରୀ

0
899
vijay goel
vijay goel
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ସମୟର ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ଼୍ ପାଇଁ ସେ ବିବାଦକୁ ଆସିଛନ୍ତି  ।    ପବିତ୍ର ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ବିବାଦକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ ।
ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମନ୍ତ୍ରୀ ତାଙ୍କର ଲିଙ୍ଗରାଜ ମନ୍ଦିର ପରିଦର୍ଶନ ସମୟର ତିନୋଟି ଫଟୋ ଅପଲୋଡ଼୍ କରିଥିଲେ । ଏହି ଫଟୋ ଭିତରୁ ଦୁଇଟି ଫଟୋ ଲିଙ୍ଗରାଜ ମନ୍ଦିର ଗର୍ଭ ଗୃହର ଥିଲା । ଗତବର୍ଷ ମନ୍ତ୍ରୀ ଗୋୟେଲ ଭୁବନେଶ୍ୱର ଆସିଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ସେ ସମୟରେ ମନ୍ଦିର ବେଢା ଓ ଗର୍ଭ ଗୃହର ଫଟୋ ସେ ଉଠାଇ ନେଇଥିଲେ । ଉତ୍କଳ ଦିବସକୁ ମନେ ପକାଇ ମହାପ୍ରଭୁଙ୍କ ସହ ଓଡ଼ିଶାବାସୀଙ୍କ ଭକ୍ତିକୁ ଉଜ୍ଜ୍ୱୀବିତ ପାଇଁ ସେ ଏହି ଫଟୋ ଟୁଇଟର ଜରିଆରେ ଅପଲୋଡ଼୍ କରିଥିଲେ ।  ସୂଚନା ଯୋଗ୍ୟ ଯେ, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବେଢା ଓ ଗର୍ଭ ଗୃହରେ ଫଟୋ ଉତ୍ତୋଳନକୁ ନିଷିଦ୍ଧ କରାଯାଇଛି । କିଛିଦିନ ତଳେ ବଲିଉଡ଼୍ ର ଜଣେ ଅଭିନେତ୍ରୀ ରବିନା ଟଣ୍ଡନ ମନ୍ଦିର ବେଢାରେ ଫଟୋ ଉଠାଇ ବିବାଦୀୟ ହୋଇପଡ଼ିଥିଲେ । ନିଷିଦ୍ଧାଂଚଳରେ ମନ୍ତ୍ରୀଙ୍କ ଏଭଳି ଫଟୋକୁ ନେଇ ନାପସନ୍ଦ କରିଛନ୍ତି ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ।