ଲୋକଙ୍କୁ ବନ୍ଧକ କଲେ ଆତଙ୍କବାଦୀ, ୨ ମୃତ

0
764
terrorist attack
terrorist attack

ପ୍ୟାରିସ୍ :   ବ୍ରିଟେନ ସହରର ସୁପରମାର୍କେଟରେ ଆତଙ୍କୀ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଗୁଳିବର୍ଷଣ ପରେ  ବନ୍ଧୁକଧାରୀ ଆତଙ୍କୀ କିଛି ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ଫ୍ରାନ୍ସର ଦକ୍ଷିଣ ଭାଗରେ  ଭିନ୍ନ ଭିନ୍ନ ଜାଗାରେ ଆତଙ୍କୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି।  ଗୁଳିବର୍ଷଣ ପରେ  ବନ୍ଧୁକଧାରୀ ଆତଙ୍କୀ କିଛି ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ  ଏଡଓ୍ଵର୍ଡ ଫିଲିପ କହିଛନ୍ତି ଯେ ଗୁଳିମାଡ ଏବଂ ବନ୍ଧକ ସଂକଟ ଆତଙ୍କବାଦୀ ଦ୍ଵାରା ହୋଇଥିବା ଲାଗୁଛି।  ଆକ୍ରମଣକାରୀ ନିଜକୁ ଆତଙ୍କୀ ସଂଗଠନ ଆଇଏସଆଇଏଏସର ହୋଇଥିବା କହିଛି। ଆତଙ୍କୀ ଆକ୍ରମଣର ସୂଚନା ମିଳିବା ପରେ ପୋଲିସ ମୋର୍ଚ୍ଚା ସମ୍ଭାଳି ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଛି। ସୁରକ୍ଷା ବଳ ବନ୍ଧକ ବ୍ୟକ୍ତିଙ୍କ ମୁକୁଳାଇବା ପାଇଁ ଅପରେସନ ଆରମ୍ଭ କରି ଦେଇଛନ୍ତି।