ଲୋକାୟୁକ୍ତ ନିଯୁକ୍ତି ଦାବିରେ ଆଜି ମଧ୍ୟ ଗୃହ ଅଚଳ

0
1029
assembly
assembly
ଭୁବନେଶ୍ୱର : ଲୋକପାଳ ଆଇନ କାର୍ଯ୍ୟକାରୀ କରିବା ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଲଗାତର ୩ ଦିନ ହେବ ବିଧାନସଭା ଗୃହ ଅଚଳ ହୋଇ ପଡ଼ିଛି । ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ଆଜି ମଧ୍ୟ  ଚାଲିପାରି ନାହିଁ । ଫଳରେ ବାଚସ୍ପତି ପ୍ରଦୀପ ଅମାତ ୧୧ଟା ୩୦ ଓ ପରେ ୩ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ବିଧାନସଭାରେ ଆଉ ଚାଷୀ ସମସ୍ୟା କି ଶିକ୍ଷକଙ୍କ ସମସ୍ୟା ପ୍ରସଙ୍ଗ ଉଠୁ ନାହିଁ ।  ରାଜ୍ୟରୁ ଦୁନୀର୍ତି ହଟାଇବାକୁ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ଉଭୟ କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ପଡ଼ିଛି । ଅଧିବେଶନର ପ୍ରଥମାର୍ଦ୍ଧ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ସମାନ ଦାବି ଉଠାଇଥିଲେ । ବିରୋଧୀମାନେ ପ୍ଲା କାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ସେଥିପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୃହ କାର୍ୟ୍ୟକୁ ୧୧ଟା ୩୦ ଓ  ପରେ ୩ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହାରି ମଧ୍ୟରେ ପ୍ରଶ୍ନୋତ୍ତର କାଳ ଚାଲି ପାରି ନ ଥିଲା । ଲାଗାତର ତିନି ଦିନ ହେବ ଗୃହ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି ।  ଲୋକାଯୁକ୍ତ ନିଯୁକ୍ତିକୁ ନେଇ ସୋମବାର ଓ ମଙ୍ଗଳବାର ମଧ୍ୟ ଗୃହରେ ଝଡ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବାକୁ ଜିଦ ଧରିଛନ୍ତି ବିରୋଧୀ । ଗତକାଲି ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ ।