ଲୋନ ପାଇଁ ଏବେ ଦେବାକୁ ପଡ଼ିବ ପାସପୋର୍ଟ ଡିଟେଲ୍ସ

0
1067
rbi
rbi
ନୂଆଦିଲ୍ଲୀ: କୌଣସି ବଡ଼ ଠକାମୀରୁ ବ୍ୟାଙ୍କ ଗୁଡିକୁ  ବଞ୍ଚାଇବା ପାଇଁ  ଅର୍ଥ ମନ୍ତ୍ରଣାଳୟ  ପାସପୋର୍ଟ ଡିଟେଲ୍ସ ଦେବା ବାଧ୍ୟତାମୂଳକ କରିଛନ୍ତି । ଆର୍ଥିକ  ଅପରାଧ କରି ଦେଶରୁ ଫେରାର ହେଉଥିବା ମାମଲାରୁ ଶିକ୍ଷା ନେଇ ସରକାର ଏବେ ବ୍ୟାଙ୍କଗୁଡିକୁ ଆଦେଶ ଜାରି କରିଛନ୍ତି।
ହୀରା ବ୍ୟବସାୟୀ ନିରବ ମୋଦୀ ଓ ମେହୁଲ ଚୋକସୀ ପିଏନବିକୁ ୧୨,୬୦୦ କୋଟି ଟଙ୍କା ଚୁନା ଲଗାଇବା ପରେ ଭାରତ ସରକାରଙ୍କ ଚେତା ପଶିଛି। ଆର୍ଥିକ  ଅପରାଧ କରି ଦେଶରୁ ଫେରାର ହେଉଥିବା ମାମଲାରୁ ଶିକ୍ଷା ନେଇ ସରକାର ଏବେ ବ୍ୟାଙ୍କଗୁଡିକୁ ଆଦେଶ ଜାରି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ  ବ୍ୟାଙ୍କ ଗୁଡିକୁ କୌଣସି ବଡ଼ ଠକାମୀରୁ ବଞ୍ଚାଇବା ପାଇଁ  ୫୦ କୋଟିରୁ ଅଧିକ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାସପୋର୍ଟ ଡିଟେଲ ଦେବା ବାଧ୍ୟତାମୂଳକ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ଦ୍ଵାରା ଠକାମୀ କରାଯିବା ସ୍ଥିତିରେ ତ୍ଵରିତ କାର୍ୟ୍ୟାନୁଷ୍ଠାନ ନେବାରେ ଏହା ସହାୟକ ହେବ।  ପାସପୋର୍ଟର ସୂଚନା ମିଳିବା ଦ୍ଵାରା ବ୍ୟାଙ୍କ ସମୟ ପୂର୍ବରୁ କାର୍ୟ୍ୟାନୁଷ୍ଠାନ ନେବା ଓ ଠକାମୀ କରୁଥିବା ବ୍ୟକ୍ତିଙ୍କୁ ଦେଶରୁ ପଳାୟନ କରିବାକୁ ରୋକିବା ପାଇଁ  ସମ୍ବନ୍ଧିତ ଅଥରିଟିକୁ ସୂଚନା ଦେବାରେ ଏହା ସହାୟକ ହେବ। ଆର୍ଥିକ ସେବା ବିଭାଗର ସଚିବ ରାଜୀବ କୁମାର ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଯେ ସ୍ଵଚ୍ଛ ଓ ଉତ୍ତରଦାୟୀ ବ୍ୟାଙ୍କିଙ୍ଗ ସେବା ଦିଗରେ ଏହା ଆଉ ଏକ ପଦକ୍ଷେପ। ଏହି ଆଧାରରେ ଏବେ ୫୦ କୋଟିରୁ ଅଧିକ ଲୋନ  ପାଇଁ ପାସପୋର୍ଟ ଡିଟେଲ୍ସ ଦେବା ବାଧ୍ୟତାମୂଳକ ।