ଲୋକାୟୁକ୍ତ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ ପରବର୍ତ୍ତୀ ପଦକ୍ଷେପ

0
856
Budget-session
Budget-session
ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି  ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବିବୃତି ଦେଇ କହିଛନ୍ତି ।

ଲୋକାୟୁକ୍ତ ସମ୍ପର୍କରେ ସୁପ୍ରିମକୋର୍ଟରେ  ବିଭିନ୍ନ ରାଜ୍ୟର ମାମଲା ବିଚାରାଧୀନ ରହିଛି। ସୁପ୍ରିମ କୋର୍ଟ ଦ୍ୱାରା ଏ ସମ୍ପର୍କରେ ଆଦେଶର ତର୍ଜମା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବିବୃତି ଦେଇ କହିଛନ୍ତି । ପ୍ରଶ୍ନୋତର କାର୍ଯ୍ୟକ୍ରମ ଶେଷ ହେବା ପରେ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଏ ନେଇ ବକ୍ତବ୍ୟ ଦେବାକୁ କହିବା ପରେ ଶ୍ରୀ ଆରୁଖ ଏହି ବକ୍ତବ୍ୟ ଦେଇଥିଲେ । ଉଲ୍ଲେଖନୀୟ ଯେ ଲୋକାୟୁକ୍ତ ଆଇନ ପାରିତ ହେବାର ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ନ ହେବା କାରଣରୁ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ବିଧାୟକ ମାନଙ୍କ ପକ୍ଷରୁ ଧାରଣା ଓ ହଟ୍ଟଗୋଳ କାରଣରୁ ବିଧାନସଭା ଠିକ ଭାବେ ଚାଲି ପାରୁ ନ ଥିଲା । ଏହି ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ବୁଧବାର ଦିନ ସର୍ବଦଳୀୟ ବୈଠକ ଡାକିଥିଲେ । ରାଜ୍ୟ ସରକାର ଏ ସମ୍ପର୍କରେ ଗୃହରେ ବିବୃତି ଦେବେ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା ।