ଶକ୍ତିଶାଳୀ ୨୫ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ଭାରତ

0
951
india map
india map

ବେଙ୍ଗାଲୁରୁ :  ଏସିଆ-ପ୍ରଶାନ୍ତ କ୍ଷେତ୍ର ସୂଚକାଙ୍କରେ ଥିବା ୨୫ଟି ଦେଶ ମଧ୍ୟରୁ ଭାରତ ସବୁଠୁ ଶକ୍ତିଶାଳୀ ଦେଶ ରୂପେ ଚତୁର୍ଥ ସ୍ଥାନରେ ରହିଛି। ପ୍ରତି ରକ୍ଷାରେ ଭାରତକୁ ପଛରେ ରଖାଯାଇଛି। ଅନ୍ୟ ପଟେ ପଡୋଶୀ ଦେଶ ଚୀନ ସବୁଠୁ ଶକ୍ତିଶାଳୀ ଦେଶ ରୂପେ ଦ୍ଵିତୀୟ ସ୍ଥାନରେ ରହିଛି।

ଦୁନିଆରେ ଭାରତ ଏକ ପ୍ରମୁଖ ଶକ୍ତିଶାଳୀ ଦେଶ ରୂପେ ଉଭା ହୋଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାରେ ଲାଗିଛି। ନିଜକୁ ଏକ ନେତୃତ୍ଵକାରୀ ଦେଶ ରୂପେ ଭାରତ ଉପସ୍ଥାପିତ କରୁଛି।  ଏହି କ୍ରମରେ ଏସିଆ-ପ୍ରଶାନ୍ତ କ୍ଷେତ୍ର ସୂଚକାଙ୍କରେ ଥିବା ୨୫ଟି ଦେଶ ମଧ୍ୟରୁ ଭାରତ ସବୁଠୁ ଶକ୍ତିଶାଳୀ ଦେଶ ରୂପେ ଚତୁର୍ଥ ସ୍ଥାନରେ ରହିଛି।  ପୁରା ଦୁନିଆରେ ଶକ୍ତିଶାଳୀ ଦେଶର ସୂଚକାଙ୍କରେ ଭାରତକୁ ଭବିଷ୍ୟତର ଅସାଧାରଣ ଶକ୍ତି ରୂପେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ  ଭାରତ ଏସିଆରେ ଅର୍ଥବ୍ୟବସ୍ଥାରେ ସବୁଠୁ ଦ୍ରୁତ ଗତିରେ ବିକାଶ ଦିଗରେ ଅଗ୍ରସର ହେଉଥିବା ଦେଶ।  ମାତ୍ର ପ୍ରତି ରକ୍ଷାରେ ଭାରତକୁ ପଛରେ ରଖାଯାଇଛି। ଅନ୍ୟ ପଟେ ପଡୋଶୀ ଦେଶ ଚୀନ ସବୁଠୁ ଶକ୍ତିଶାଳୀ ଦେଶ ରୂପେ ଦ୍ଵିତୀୟ ସ୍ଥାନରେ ରହିଛି।

ଲୋଭି ଇନଷ୍ଟିଚ୍ୟୁୟଟ ଏସିଆ ପାଓ୍ଵର ଇଣ୍ଡେକ୍ସନରେ ଏସିଆ-ପ୍ରଶାନ୍ତ କ୍ଷେତ୍ରର ୨୫ଟି ଦେଶର ଶକ୍ତିକୁ ଆକଳନ କରାଯାଇଛି।  ଏହି ସଂସ୍ଥା ପାକିସ୍ତାନ, ରୁଷ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକାରେ ମଧ୍ୟ ଶକ୍ତିର ଆକଳନ ମଧ୍ୟ କରିଛି। କୌଣସି ଦେଶର ଶକ୍ତିକୁ ମାପିବା ପାଇଁ ୮ଟି ଦିଗ ଉପରେ ଧ୍ୟାନ ଦିଆଯାଇଥାଏ।  ସେ ହେଉଛି ସମ୍ବଳନ, ସୈନ୍ୟ କ୍ଷମତା, ନମନୀୟତା,  ଭବିଷ୍ୟତରେ ପ୍ରଭାବ, କୂଟନୈତିକ ପ୍ରଭାବ, ଆର୍ଥିକ ସଂପର୍କ, ପ୍ରତି ରକ୍ଷା ନେଟଓ୍ଵର୍କ ଓ ସାଂସ୍କୃତିକ ପ୍ରଭାବ। ଅଷ୍ଟ୍ରେଲିଆ ଥିଙ୍କ ଟ୍ୟାଙ୍କ ଦ ଲୋଭି ଇନଷ୍ଟିଚ୍ୟୁୟଟର ଏହି ସୂଚକାଙ୍କରେ ଭାରତକୁ ଚତୁର୍ଥ ସ୍ଥାନରେ ରଖାଯାଇଛି।  ରିପୋର୍ଟ ମୁତାବକ ଭାରତ ଓ ଜାପାନ ଉଭୟ ସବୁଠୁ ବଡ଼ ଶକ୍ତି।  ଜାପାନ ଯେଉଁଠି ସ୍ମାର୍ଟ ଶକ୍ତି ତ ଭାରତ ଭବିଷ୍ୟତର ବିଶାଳ ଶକ୍ତି ଅଟେ।  ରିପୋର୍ଟରେ ଆମେରିକା ପୂର୍ବ ପ୍ରତିଷ୍ଠିତ ଶକ୍ତି ତ ଚୀନ ଏକ ଉଭା ହେଉଥିବା ମହାଶକ୍ତି, ଯିଏ ଦ୍ରୁତ ଗତିରେ ଆମେରିକା ସହ ସମକକ୍ଷ କରିବାକୁ ଯାଉଛି। ସଂସ୍ଥା କହିଛି ଯେ ଦୁନିଆରେ ଚାରୋଟି ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରୁ ତିନୋଟି ଦେଶ ଏସିଆର।  ୨୦୨୫ ପର୍ୟ୍ୟନ୍ତ  ଦୁନିଆର ଦୁଇ ତୃତୀୟାଂଶ ଜନସଂଖ୍ୟା ଏସିଆରେ ଥିବ ଏବଂ ପଶ୍ଚିମରେ କେବଳ ଦଶ ପ୍ରତିଶତ ଜନସଂଖ୍ୟା ରହି ଯିବ।

ଏହି ସୂଚକାଙ୍କରେ ଭାରତକୁ ଆର୍ଥିକ ସମ୍ବଳ, ସୈନ୍ୟ କ୍ଷମତା, କୂଟନୈତିକ ପ୍ରଭାବର ମାପଦଣ୍ଡ ଆଧାରରେ ଚତୁର୍ଥ ସ୍ଥାନରେ ରଖାଯାଇଥିବା ବେଳେ ନମନୀୟତାରେ ଭାରତକୁ ପଞ୍ଚମ ସ୍ଥାନରେ ରଖାଯାଇଛି। ସାଂସ୍କୃତିକ ପ୍ରଭାବ ଓ ଭବିଷ୍ୟତର ପ୍ରବୃତ୍ତିରେ ଭାରତକୁ ତୃତୀୟ ସ୍ଥାନରେ ରଖାଯାଇଛି। ଆର୍ଥିକ ସଂପର୍କ କ୍ଷେତ୍ରରେ ସପ୍ତମ ଓ ପ୍ରତି ରକ୍ଷା ନେଟଓ୍ଵର୍କରେ ଭାରତ ଦଶମ ସ୍ଥାନରେ ରହିଛି।  ଏହି ସୂଚକାଙ୍କରେ ଚୀନକୁ ଦ୍ଵିତୀୟ ସ୍ଥାନରେ ରଖାଯାଇଛି। ଅନ୍ୟ ପଟେ ରୁଷ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଏତନାମ, ପାକିସ୍ତାନ, ତାଇଓ୍ଵାନ, ଫିଲିପାଇନ୍ସ ଓ ଉତ୍ତର କୋରିଆକୁ ମଧ୍ୟମ ଶକ୍ତିଶାଳୀ ଦେଶର ମାନ୍ୟତା ଦିଆଯାଇଛି। ଏହା ବ୍ୟତୀତ ବାଂଲାଦେଶ, ବ୍ରୁନେଇ, ମିଆନମାର, ଶ୍ରୀଲଙ୍କା, କମ୍ବୋଡିଆ, ଲାଓସ ଓ ନେପାଳକୁ ସାଧାରଣ ଶକ୍ତି ଦେଶର  ମାନ୍ୟତା ଦିଆଯାଇଛି।