ଶପଥ ନେଲେ ରୀତା ସାହୁ

0
1051

ଭୁବନେଶ୍ୱର:ବିଜେପୁର ବିଧାୟିକା ଭାବେ ଆଜି ଶପଥ ପାଠ କରିଛନ୍ତି ରୀତା ସାହୁ। ବିଧାୟିକା ଭାବେ ଶପଥ ନେଇ ମୁଁ ବହୁତ ଖୁସି । ନିଜ ଅଞ୍ଚଳର ବିକାଶ କରିବି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ କାର୍ଯ୍ୟକାରୀ କରିବି ବୋଲି ଶପଥ ପାଠ ପରେ ରୀତା ସାହୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାଚସ୍ପତି ପ୍ରଦୀପ ଅମାତ ରୀତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଏହି ଶପଥ ଉତ୍ସବ ହୋଇଥିଲା । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବୀ ମିଶ୍ର ସମେତ ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ, ବରିଷ୍ଠ ମାନଗଣ୍ୟ ବ୍ୟକ୍ତି ପ୍ରମୁଖ ଶପଥ ଉତ୍ସବରେ ଉପସ୍ଥିତ ଥିଲେ।
ବିଜେପୁର ବିଧାନସଭା ନିର୍ବାଚନୀ ମଣ୍ଡଳିରେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେପୁର ବାସୀ ବିଜେଡ଼ି ପ୍ରାର୍ଥୀନୀ ରିତା ସାହୁଙ୍କୁ ଆସ୍ଥାବ୍ୟକ୍ତ କରିଥିଲେ। ରିତା ୧,୦୨,୮୭୧ ଭୋଟ ପାଇ ବହୃତ ବ୍ୟବଧାନରେ ବାଜିମାତ୍ କରିଥିଲେ। ସେହିପରି ବିଜେପି ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀ ୬୦,୯୩୮ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୧୦, ୨୭୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ।