ଶପଥ ନେଲେ ସତ୍ୟପାଲ ମଲିକ

0
875
satypal mullik oath taking
satypal mullik oath taking
ଭୁବନେଶ୍ୱର  :  ସତ୍ୟପାଲ ମଲିକ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି  ଶ୍ରୀ ମଲିକଙ୍କୁ ଶପଥ ପାଠ କରାଇଛନ୍ତି। ବୁଧବାର ସଂଧ୍ୟାରେ ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଶ୍ରୀ ମଲିକଙ୍କୁ ଶପଥ ପାଠ କରାଇ ଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ।

ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ମଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ ଜଣାଇଥିଲେ। ଏହା ପରେ ଶ୍ରୀ ମଲିକ ରାଜଭବନ ଅଭିମୁଖେ ଯାଇଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗତକାଲି ଓଡ଼ିଶାର ରାଜ୍ୟପାଳ ଏସସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ବିହାରର ରାଜ୍ୟପାଳ ଶ୍ରୀ ମଲିକଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୩୦ରେ ଶ୍ରୀ ମଲିକ ବିହାରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।