ଶହୀଦ ମନୋରଞ୍ଜନଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

0
829
saheed manoranjan
saheed manoranjan
ଭୁବନେଶ୍ୱର : ଛତିଶଗଡ଼ ସୁକମା ମାଓ ହମଲାରେ ପ୍ରାଣ ହରାଇଥିବା  ମନୋରଂଜନଙ୍କ  ପାର୍ଥୀବ ଶରୀର ଓଡ଼ିଶାରେ ପହଁଚିଛି।  ଲେଙ୍କା ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥୀବ ଶରୀର  ରାୟପୁରରୁ ଏକ ସ୍ୱତନ୍ତ୍ର ବିମାନରେ  ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଛି । ଏହା ପରେ ତାଙ୍କ ଜନ୍ମ ମାଟି ପୁରୀ ବ୍ରହ୍ମଗିରି ନୂଆଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ।

ପ୍ରଥମେ ଛତିଶଗଡରେ ତାଙ୍କ ମରଶରୀରକୁ ଶ୍ରଦ୍ଧାଂଜଳି ଦିଆଯିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି । ମନୋରଞ୍ଜନଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ବହୁ  ନେତା ଓ ମନ୍ତ୍ରୀ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଗତକାଲି ଛତିଶଗଡ଼ ସୁକମା ମାଓ ହମଲାରେ ୯ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏଥିରେ ଓଡିଶାର ମନୋରଂଜନ ଲେଙ୍କା ମଧ୍ୟ ରହିଛନ୍ତି । ବାପାଙ୍କ ଦଶାହ କର୍ମ ସାରି ମନୋରଞ୍ଜନ ଗତ ରବିବାର କାର୍ଯ୍ୟରେ ଯୋଗ ଦେଇଥିଲେ । ଗତକାଲି ଏକ ସ୍ୱତନ୍ତ୍ର ଅପରେସନ୍‌ରେ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ପ୍ରାଣ ହରାଇଛନ୍ତି ।