ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
906
vigilance
vigilance

ବ୍ରହ୍ମପୁର :ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସର ୩ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ଜବତ ଆୟ ବହିର୍ଭୂତର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ସୁଧା ଜଣାପଡ଼ିନି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯୁଧିଷ୍ଠିରଙ୍କ ଘର,ଅଫିସ, ଜନ୍ମସ୍ଥାନ ନନ୍ଦିଆଗଗଡ଼ା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସର ୩ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ଜବତ ଆୟ ବହିର୍ଭୂତର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ସୁଧା ଜଣାପଡ଼ିନି।