ଶିଶୁକନ୍ୟାକୁ ଫିଙ୍ଗିଦେଲା ବାପା

0
759
Man-dumps baby1
Man-dumps baby1
ବାଲେଶ୍ୱର :  ବାଲେଶ୍ୱର ସୋର ମେଣ୍ଢାଗାଡିଆରେ ପୁଣି ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାସକର ଝିଅକୁ ରାସ୍ତା କଡ଼ରେ ଫିଙ୍ଗିଦେଇଛି ଜନ୍ମ କଲା ବାପା।
ସୃଷ୍ଟିର ମୂଳାଧାର ନାରୀ ରହିଥିବା ବେଳେ ସମାଜରେ ସବୁବେଳେ ନାରୀ ଅବହେଳିତ ଓ ନିର୍ଯ୍ୟାତିତ ହୋଇ ଆସୁଛି। ତେବେ ଏଥିରୁ ନବଜାତ ଶିଶୁକନ୍ୟା ମଧ୍ୟ ବାଦ ପଡିନାହିଁ। ସବୁବେଳେ ଅଲୋଡା ହୋଇ ଆସୁଛି ଶିଶୁକନ୍ୟା। ବାଲେଶ୍ୱର ସୋର ମେଣ୍ଢାଗାଡିଆରେ ପୁଣି ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାସକର ଝିଅକୁ ରାସ୍ତା କଡ଼ରେ ଫିଙ୍ଗିଦେଇଛି ଜନ୍ମ କଲା ବାପା।  ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତିରେ ମାଆ ଘରେ ନଥିବା ବେଳେ ବାପା କୈଳାସ ଚନ୍ଦ୍ର ସାହୁ ସୁଯୋଗ ଦେଖି ଝିଅକୁ ଟେକି ନେଇ ନିକଟସ୍ଥ ଅମରି ଲଟା ଭିତରକୁ ଫିଙ୍ଗି ଦେଇଥିଲେ। ନବଜାତ ଶିଶୁ କନ୍ୟାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି ମାଆକୁ ହସ୍ତାନ୍ତର କରିଥିଲେ। ଏଥିସହ ଗ୍ରାମବାସୀମାନେ ବାପା କୈଳାଶକୁ ଉତ୍ତ୍ୟକ୍ତ ହୋଇ ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଇଥିଲେ। କନ୍ୟା ସନ୍ତାନ ଜନ୍ମି ଥିବାରୁ ଏଥିରେ କୈଳାଶ ଖୁସି ନଥିଲା । ତେଣୁ ଏପରି ସେ କାଣ୍ଡ ଭିଆଇଥିବା ଜଣାପଡ଼ିଛି।