ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ସଚେତନତା : ପୋଲିସ ପକ୍ଷରୁ ବୁଲିବ ପରୀ ରଥ

0
860
dgp r p sharma
dgp r p sharma
କଟକ  :  ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ସଚେତନତା ପାଇଁ ସାରା ରାଜ୍ୟରେ ପରୀ ରଥ ପରିକ୍ରମା କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।
ଶିଶୁ ନିର୍ଯ୍ୟାତନା ଭଳି ସାମାଜିକ ବ୍ୟାଧିକୁ ଦୂର କରିବା ପାଇଁ ରାଜ୍ୟ ପୁଲିସ ବିଭାଗ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି । ଲୋକଙ୍କୁ ସଚେତନତା ପାଇଁ ସାରା ରାଜ୍ୟରେ ପରୀ ରଥ ପରିକ୍ରମା କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଡା.ଶର୍ମା କହିଛନ୍ତି । ଏହି ପରୀ ରଥ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ପରିକ୍ରମା କରିବ । ମେ ୨୮ ତାରିଖ ଠାରୁ ୧୫ଟି ପରୀ ରଥ ୩୦ ଜିଲ୍ଲାର ଗଳିକନ୍ଦିରେ ବୁଲିବ । ୧୨ ଜୁନରେ ରଥ ଭୁବନେଶ୍ୱରରେ ପହଂଚିବ । ଦୈନିକ ଦୁଇଟି ଜିଲ୍ଲା ପରିକ୍ରମା କରିବ । ଉଭୟ ଅଡ଼ିଓ ଓ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବ । ଏହି କାର୍ଯ୍ୟକ୍ରମକୁ ୟୁନିସେଫ ସହାୟତା ଯୋଗାଇ ଦେଉଛି ।