ଶୁଭାରମ୍ଭ ହୋଇଛି ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା

0
700
Puri-Jagannath-Temple
Puri-Jagannath-Temple

ପୁରୀ : ଆଜିଠାରୁ ଶୁଭାରମ୍ଭ ହୋଇଛି ଶ୍ରୀଜୀଉଙ୍କର ଭିତର ଚନ୍ଦନ ଯାତ୍ରା । ଚଳିତ ବର୍ଷ ଭିତର ଚନ୍ଦନ ଯାତ୍ରା ୨୧ ଦିନ ପରିବର୍ତେ ୪୧ ଦିନ ଧରି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି ।

ଗତକାଲି ଶ୍ରୀଜୀଉଙ୍କର ହଳଦୀପାଣି ନୀତି ପରେ ଶେଷ ହୋଇଛି ବାହାର ଚନ୍ଦନ ଯାତ୍ରା । ଆଜିଠାରୁ ଶୁଭାରମ୍ଭ ହୋଇଛି ଶ୍ରୀଜୀଉଙ୍କର ଭିତର ଚନ୍ଦନ ଯାତ୍ରା । ତେବେ ଚଳିତ ବର୍ଷ ଯୋଡା ଜ୍ୟୋଷ୍ଠ ପଡୁଥିବାରୁ ଶ୍ରୀମନ୍ଦିରରେ ମଳ ମାସ କରାଯାଇଥାଏ ତେଣୁ ଚଳିତ ବର୍ଷ ଭିତର ଚନ୍ଦନ ଯାତ୍ରା ୨୧ ଦିନ ପରିବର୍ତେ ୪୧ ଦିନ ଧରି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି । ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଭିତର ଚନ୍ଦନ ଯାତ୍ରାରେ ଶ୍ରୀଜୀଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । କେତେକ ବିଶେଷ ଦିନରେ ଯଥା ଜ୍ୟେଷ୍ଠ କୃଷ୍ଣ ଏକାଦଶୀ , ସାବିତ୍ରୀ ଅମାବାସ୍ୟା , ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିମାନଙ୍କରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡା ମଣ୍ଡପରେ ଶ୍ରୀଜିଉମାନଙ୍କର ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ସୁବାସିତ ପୁଷ୍ପ ,କର୍ପୁର , ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ଯୁକ୍ତ ପାଣିରେ ଶ୍ରୀଜିଉମାନେ ଅଧିଷ୍ଠିତ ହୋଇଥାନ୍ତି । ପୂଜାପଣ୍ଡା ସାଇନ୍ତ ପଂଚୋପଚାରରେ ଶୀତଳ ଭୋଗ କରିବା ପରେ ଶ୍ରୀଜିଉମାନଙ୍କର ବେଶ କରାଯାଇଥାଏ । ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରାଯିବା ସହ ଚନ୍ଦନ ପାଣି ପିଚକାରୀ ନୀତି ବଢିଥାଏ ।