ଶ୍ରୀନଗରରେ ଗୁଳି ବିନିମୟ : ୩ ଆତଙ୍କୀ ନିହତ

0
868
army
army

ଶ୍ରୀନଗର :  ଶ୍ରୀନଗରରେ  ଗୁଳି ବିନିମୟରେ ସୁରକ୍ଷାବଳ ତିନି ଜଣ ଆତଙ୍କବାଦୀକୁ ନିହତ କରିଛନ୍ତି। ମୃତକ ଆତଙ୍କବାଦୀଙ୍କ ପାଖରୁ ୩ଟି ଏକେ ରାଇଫଲ ଓ ବିପୁଳ ମାତ୍ରାରେ ଗୋଳା ବାରୁଦ ଜବତ କରାଯାଇଛି।

ଜାମ୍ମୁ ଓ କାଶ୍ମୀର  ରାଜଧାନୀ ଶ୍ରୀନଗରର ଛତାବଲରେ ଆତଙ୍କବାଦୀଙ୍କ ବିରୋଧରେ ଶନିବାର ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି। ଛତାବଲରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବଳ ତିନି ଜଣ ଆତଙ୍କବାଦୀକୁ ନିହତ କରିଛନ୍ତି। ମୃତକ ଆତଙ୍କବାଦୀଙ୍କ ପାଖରୁ ୩ଟି ଏକେ ରାଇଫଲ ଓ ବିପୁଳ ମାତ୍ରାରେ ଗୋଳା ବାରୁଦ ଜବତ କରାଯାଇଛି। ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟ ସମୟରେ ଘଟଣାସ୍ଥଳରେ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।  ପୋଲିସ ବିଭାଗର  ଜଣେ ଅଧିକାରୀ କହିଛନ୍ତି ଯେ ତିନି ଜଣ ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ପାରି ନାହିଁ। ଗୁଳି ବିନିମୟ ସମୟରେ ସିଆରପିଏଫର ଦୁଇ ଅଧିକାରୀଙ୍କୁ ମଧ୍ୟ ଗୁଳି ଲାଗିଛି ଏବଂ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି ଯେ  ଛତାବଲ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଜୁଟିଥିବା  ସୁରକ୍ଷାବଳଙ୍କ ଉପରକୁ ପଥରମାଡ଼ କରାଯାଇଛି, ଯାହା ପରେ ସେଠାରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଜଣକର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ସୁରକ୍ଷାବଳଙ୍କ ଗୁଳି  ବାଜିବାରୁ ସ୍ଥାନୀୟ ବାସିନ୍ଦା ଯାଦୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ  ଛତାବଲରେ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାବଳ ଚତୁର୍ଦ୍ଦିଗରୁ ଘେରି ତଲାସି ଅଭିଯାନ  ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ସରୁକ୍ଷାବଳ ଉପରେ ଗୁଳିମାଡ଼ କରାଯାଇଥିଲା। ଯହାର ପ୍ରତି ଜବାବ ଦେଇଥିଲେ ଯବାନ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ କରି ଦିଅାଯାଇଛି।