ପୁରୀ :ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ମୋଟ ୧୩ଟି ମନ୍ଦିରର ମରାମତି ଆବଶ୍ୟକ ବୋଲି ହାଇକୋର୍ଟଙ୍କୁ ଜଣାଇଛି ପ୍ରତ୍ନତତ୍ତ୍ୱ ବିଭାଗ।
ଜଗମୋହନ ମରାମତି ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରତ୍ନତତ୍ତ୍ୱ ବିଭାଗ। ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ଛୋଟ ମନ୍ଦିରଗୁଡ଼ିକର ଅନୁଧ୍ୟାନ କରି ରିପୋର୍ଟ କୋର୍ଟରେ ଦାଖଲ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ବେଢ଼ା ଭିତରେ ଥିବା ମୋଟ ୧୩ଟି ମନ୍ଦିରର ମରାମତି ଆବଶ୍ୟକ ବୋଲି ଏଥିରେ ଦର୍ଶାଇଯାଇଛି।୧୩ଟି ମନ୍ଦିର ଭିତରୁ ୬ଟିର ସ୍ଥିତି ଅତି ଖରାପ ହୋଇପଡ଼ିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଏହାପରେ ଉକ୍ତ ମନ୍ଦିର ଗୁଡ଼ିକର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗତ ୧୨ ତାରିଖରୁ ଜୟବିଜୟ ଦ୍ୱାର ମରାମତି ଆରମ୍ଭ ହୋଇଥିବା ହାଇକୋର୍ଟଙ୍କୁ ଜଣାଇଛି ଏଏସ୍ଆଇ। ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି ହେବ ଓ ସେତେବେଳେ ଷ୍ଟାର୍ଟସ ରିପୋର୍ଟ ଦେବ ଏଏସ୍ଆଇ।