ଶ୍ରୀମନ୍ଦିରର ଅବିକଳ କ୍ଷୁଦ୍ର ରୂପ ନିର୍ମାଣ କଲେ ରାଜେନ୍ଦ୍ର ମିଶ୍ର

0
997
sri mandir
sri mandir

ପୁରୀ : ରାଜ୍ୟ ଓ ରାଜ୍ୟ ବାହାରେ ପୁରସ୍କୁୃତ ଓ ସମ୍ମାନିତ ହୋଇଥିବା କଣ୍ଢେଇବେଂଟ ସାହିର ରାଜେନ୍ଦ୍ର ମିଶ୍ର ନିଜ କଳାକୃତିର ଏକ ଅଭିନବ ନିଦର୍ଶନ ଦେଖାଇଛନ୍ତି । ରାଜେନ୍ଦ୍ର ଜେଜେବାପାଙ୍କ ଠାରୁ ଏହି କଳାକୃତିର ଶିକ୍ଷା ଆରମ୍ଭ କରିଥିବାବେଳେ ନିଜ ଅନ୍ତର୍ନିହିତ ଗୁଣାବଳୀକୁ ପଥରରେ ଜୀବନ୍ତ ରୂପ ଦେଇଛନ୍ତି । ସେ ଶ୍ରୀମନ୍ଦିରର ଏକ ଅବିକଳ କ୍ଷୁଦ୍ରରୂପ ନିର୍ମାଣ କରିଛନ୍ତି । ତେବେ ୪ ବର୍ଗଫୁଟରେ ୪ ଲକ୍ଷ ବର୍ଗଫୁଟର ଏହି ନିଖୁଣ କାରୁକାଯ ର୍୍ୟ ବେଶ ଆକର୍ଷଣୀୟ ହୋଇଛି । ରାଜେନ୍ଦ୍ରଙ୍କର କଳାକୃତି ସ୍ପେନ , ନେଦରଲାଣ୍ଡ ,ଦୁବାଇ ଓ ବର୍ଲିନ ସହରରେ ମଧ୍ୟ ବେଶ ଆଦୃତ ହୋଇଥିବାବେଳେ ଭଗବାନ ବିଷ୍ଣୁଙ୍କ ଉପରେ ଏକ ମୂର୍ତି ନିର୍ମାଣ କରି ୨୦୦୧ ମସିହାରେ ଜାତୀୟ ପୁରସ୍କାର ପାଇଥିଲେ । ତାଙ୍କ କଳାକୃତିର ବିସ୍ତାର ସୁଦୂରପ୍ରସାରୀ ହୋଇଥିବାବେଳେ ହରିୟାଣା ସରକାରଙ୍କ ଦ୍ୱାରା ସେ କଳାମଣି ପୁରସ୍କାର ପାଇଛନ୍ତି । କଲେ ପଥର ଶିଳ୍ପୀ ପୁରୀ କଣ୍ଡେଇବେଂଟ ସାହିର ରାଜେନ୍ଦ୍ର ମିଶ୍ର