ଶ୍ରୀଲଙ୍କାରେ ସାମ୍ପ୍ରଦାୟିକ ହିଂସା: ୧୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି

0
828

କଲମ୍ବୋ: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖାଯାଇ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି। ରବିବାର କାଣ୍ଡି ଜିଲ୍ଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ଦେଶର ଅନ୍ୟ ଅଞ୍ଚଳକୁ ହିଂସା ବ୍ୟାପିବାର ଆଶଙ୍କା ଥିବାରୁ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନାକୁ ଦାୟିତ୍ୱ ଦିଆଯାଇଛି। ଗଣ୍ଡଗୋଳକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ପରିସ୍ଥିତିକୁ ନଜରରେ ରଖି କାଣ୍ଡିକୁ ଅଧିକ ସୁରକ୍ଷାବାହିନୀ ପଠାଯାଇଛି।