ଶ୍ୱେତପତ୍ର ୨୦୧୭: ୧ ଲକ୍ଷ ଅପରାଧ ପଞ୍ଜିକୃତ

0
787
crime
crime

ଭୁୁବନେଶ୍ୱର : ୨୦୧୭ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ଅପରାଧ ପଞ୍ଜୀକୃତ ହୋଇଥିଲା। ଏ ମଧ୍ୟରୁ ୮୭ ହଜାର ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା।

ରାଜ୍ୟରେ   ୨୦୧୭ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜୀକୃତ ହୋଇଥିଲା। ଏ ମଧ୍ୟରୁ ୮୭ ହଜାର ୨୯୭ ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା।  ଚୋର, ଡକାୟତମାନେ ପୋଲିସକୁ ଖାତିର କରୁ ନାହାନ୍ତି । ସେମାନେ ଘର, ରାସ୍ତାଘାଟ, ଟ୍ରେନ, ବ୍ୟାଙ୍କ, ବାଣିଜ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ ବନାଇଛନ୍ତି । ସେହିଭଳି କିଛି ସ୍ଥାନରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ଲୁଟ ତୁଳନାରେ ବହୁ କମ ପରିମାଣରେ ସମ୍ପତ୍ତି ଉଦ୍ଧାର ହୋଇପାରିଛି । ୨୦୧୭ରେ ମାତ୍ର ୨୫ କୋଟି ୬୪  ଲକ୍ଷ ଟଙ୍କା ଉଦ୍ଧାର ହୋଇଛି ।  ୨୦୧୭ରେ ମୋଟ ୨୨୨୧ଟି ଦୁଷ୍କର୍ମ ମାମଲା ଥାନାକୁ ଆସିଛି ଅର୍ଥାତ ଦିନକୁ ହାରାହାରି ୬ଟି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସେଥିରୁ ୮୨୦ଟି ମାମଲାର ତଦନ୍ତ ଆରମ୍ଭ ହୋଇ ପାରି ନାହିଁ । ଧର୍ଷଣ ଜନିତ ମାମଲାର ତଦନ୍ତ ୬୦ ଦିନ ଭିତରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିବା ବେଳେ, ଅଧିକାରୀମାନେ ଏହାକୁ ସୁଚାରୁ ରୂପେ ପାଳନ କରୁ ନାହାନ୍ତି । ଠକେଇ ଓ ପ୍ରତାରଣା ତଦନ୍ତରେ ମଧ୍ୟ ପୋଲିସର ପାରିବା ପଣିଆ ଜଣାପଡ଼ିଛି । ୨୯୬୦ଟି ମାମଲା ରୁଜୁ ହୋଇଥିବା ବେଳେ ୮୨୭ଟି ଅର୍ଥାତ ୨୮ ପ୍ରତିଶତ ମାମଲା ଚାର୍ଜସିଟ ଦାଖଲ ହୋଇଛି । ଗତବର୍ଷ ଯୌତୁକ ଜନିତ ମାମଲା ୫୫୬୨ଟି ଆସିଛି । ଏଥିରୁ ୪୦ ପ୍ରତିଶତ ମାମଲାର ତଦନ୍ତ ସରୁ ନାହିଁ । ୪୯୯ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୨୯୨ଟିର ତଦନ୍ତ ଶେଷ ହୋଇ ପାରିନାହିଁ । ସେହିପରି ୩୨୨୦ଟି ଯୌତୁକ ଜନିତ ନିର୍ଯ୍ୟାତନ ଘଟିଛି । ଏଥିରୁ ୧୩୩୦ଟି ତଦନ୍ତ ହେଉଛି ।

୨୦୧୬ ତୁଳନାରେ ୨୦୧୭ରେ ଅଧିକ ୬୦୦ ଜଣ ପୋଲିସଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଅପରାଧ ନିୟନ୍ତ୍ରଣ ହୋଇ ପାରି ନାହିଁ । ଗତବର୍ଷ ୫୩୪ଟି ଡକାୟତି ମାମଲା, ୨୦୪୮ଟି ଲୁଣ୍ଠନ, ୩୯୫୩ ଟି ସିନ୍ଧି ଚୋରି, ୯୦୮୩ଟି ଚୋରି ହୋଇଛି ।