ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ୟ୍ୟ କରୁଛି : ରାଷ୍ଟ୍ରପତି

0
994
kovind at puri
kovind at puri
ପୁରୀ : ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ୟ୍ୟ କରୁଛି । ବସୁଧୈବ କୁଟୁମ୍ବକମ୍ ଭାବନାକୁ ସଂସ୍କୃତ ଭାଷା ହିଁ ଜୀବତ ରଖିଛି । ଦେଶ ବାହାରେ ରହିଥିବା ବିଭିନ୍ନ ଦେଶରେ ସଂସ୍କୃତ ଭାଷାର ଅଧ୍ୟୟନ ଓ ଗବେଷଣା କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । କଳାର ଉତ୍କର୍ଷ କ୍ଷେତ୍ର ପାଇଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ ରହିଛି । କୋଣାର୍କ ନିର୍ମାଣରେ ବହୁ ଜ୍ଞାନ କୌଶଳ ପ୍ରୟୋଗ କରାଯାଇଛି । ପୁରୀକୁ ବିଦ୍ୟାନଗରୀ ଓ ପୂର୍ବ ଭାରତର କାଶୀ କୁହାଯାଏ । ଗୁରୁ ନାନକ ଓ ଶ୍ରୀଚୈତ୍ୟଙ୍କ ଭଳି ମହାନ ବ୍ୟକ୍ତ ଏଠାକୁ ଆସିଛନ୍ତି । ତେଣୁ ଯଦି କେବେ ପୁଣି ଥରେ ତୀର୍ଥ କରିବାକୁ ସୁଯୋଗ ମିଳେ ତେବେ ମୁଁ ପୁରୀ ଆସିବି । ପୁରୀ ତାଳବଣିଆରେ ଅନୁଷ୍ଠିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣ ରଖିଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମାରୋହରେ ରାଷ୍ଟ୍ରପତି କହିଛନ୍ତି, ମୋତେ ଜଗନ୍ନାଥ ଦର୍ଶନ କରିବାର ସୁଯୋଗ ମିଳିଛି । ଦେଶବାସୀଙ୍କ ସୁଖସମୃଦ୍ଧି ପାଇଁ  କାମନା କରିଛି । ଏହି ଅବସରରେ ଶ୍ରୀ କୋବିନ୍ଦ ମହାପ୍ରଭୁଙ୍କ ରଥଯାତ୍ରାର ମହନୀୟତା ଉପରେ ଆଲୋକପାତ କରିଥିଲେ । ରଥଯାତ୍ରା ସମୟରେ ମହାପ୍ରଭୁ ନିଜେ ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରକୁ ଆସି ଥାଆନ୍ତି । ଏଠାରେ କୌଣସି ଭେଦ ଭାବ ନ ଥାଏ ଏବଂ ଖୋଦ ଗଜପତି ମହାରାଜ ଚଣ୍ଡାଳ ବେଶ ଧାରଣ କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

ସେହିପରି ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି । ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ୟ୍ୟ କରୁଛି । ବସୁଧୈବ କୁଟୁମ୍ବକମ୍ ଭାବନାକୁ ସଂସ୍କୃତ ଭାଷା ହିଁ ଜୀବତ ରଖିଛି । ଦେଶ ବାହାରେ ରହିଥିବା ବିଭିନ୍ନ ଦେଶରେ ସଂସ୍କୃତ ଭାଷାର ଅଧ୍ୟୟନ ଓ ଗବେଷଣା କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏହା ସହିତ ପୁରୀରେ ଜନ୍ମିତ ଗୋପବନ୍ଧୁ ଦାସ, ଆଚାର୍ୟ୍ୟ ହରିହର ଓ ନୀଳକଣ୍ଠ ଦାସଙ୍କୁ ମନେ ପକାଇଥିଲେ ରାମନାଥ କୋବିନ୍ଦ । ଏହି ଉତ୍ସବରେ ନବେକଳେବର ସ୍ମାରକୀ ମୁଦ୍ରାକୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ୧୦୦୦ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଉନ୍ମୋଚିତ ହୋଇଥିଲା ।