ସକାଳେ ଯୋଗଦେଲେ, ସନ୍ଧ୍ୟାରେ ପାଇଲେ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ

0
873
naveen- giridhari mohanty
naveen- giridhari mohanty

ଭୁବନେଶ୍ୱର  :  ବିଜେଡିରେ ଆଜି ସକାଳେ ଯୋଗ ଦେଇଥିବା ଆକାଶବାଣୀର ପୂର୍ବତନ ସମାଚାର ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତିଙ୍କୁ  ଜାତୀୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ  ଦିଆଯାଇଛି।

ଗିରିଧାରୀ ମହାନ୍ତି ସକାଳେ ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ପାଇଗଲେ ଦଳୀୟ ପଦବୀ। ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର କରାଯାଇଛି। ତାଙ୍କୁ ଜାତୀୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ସବୁ ଦାୟିତ୍ୱ ଦେଇଛନ୍ତି।

ଗିରିଧାରୀ ମହାନ୍ତି ୧୯୮୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ। ସେ ଡିଏଭିପିର ମହାନିର୍ଦ୍ଦେଶକ, ଆକାଶବାଣୀର ସମାଚାର ବିଭାଗର ମହାନିର୍ଦ୍ଦେଶକ ଓ ଆର୍‌ଏନ୍‌ଆଇର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ସିବିଆଇର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଦୂରଦର୍ଶନ ଓଡ଼ିଆ ସମାଚାରର ପ୍ରତିଷ୍ଠାତା ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।