ସଜାଗ ପ୍ରଶାସନ: ଭଦ୍ରକରେ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି

0
931
curfew
curfew
ଭଦ୍ରକ : ଭଦ୍ରକ ସହରରେ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୧  ପ୍ଲାଟୁନ ପୋଲିସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଭଦ୍ରକ ସହରରେ ଶନିବାର ଠାରୁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଶ୍ରୀରାମ ନବମୀ ଆଉ ମାତ୍ର ୮ ଦିନ ହେବାକୁ ବାକି ଥିବାବେଳେ ସହରରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପ୍ରତି ପ୍ରଶାସନ ଆଗୁଆ ସଜାଗ ହୋଇଛି। ଗତବର୍ଷ ପରି ଘଟଣା ପୁନଃରାବୃତ୍ତି ନଘଟିବା ପାଇଁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି ।  ଆଜି ସନ୍ଧ୍ୟା ୬ଟାରୁ ଭଦ୍ରକ ସହରରେ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଚଳିତ ମାସ ୨୫ ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବା ବେଳେ ସଦଭାବନା ବଜାୟ ରଖିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯିବା ସହ ସୋସିଆଲ ମିଡ଼ିଆରେ କୌଣସି ଧର୍ମିୟ ଭାବନାକୁ ଅସନ୍ତୋଷ କରିବା ଭଳି ପୋଷ୍ଟ ନକରାଯିବାକୁ ଭଦ୍ରକବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ।

ପ୍ରକାଶ ଯେ, ଗତବର୍ଷ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଷ୍ଟରେ ଆଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ନେଇ ଭଦ୍ରକ ସହର ଅଶାନ୍ତ ହୋଇ ପଡିଥିଲା। ସହରରେ ଦଙ୍ଗା, ହିଂସା ଲାଗିରହିଥିଲା। ପୋଷ୍ଟକୁ ବିରୋଧ କରି ଲୋକମାନେ ସହରର ବିଭିନ୍ନ ଘର, ଦୋକାନ, ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଥିଲେ। ଉତ୍ତେଜନା ଦେଖାଦେବା ପରେ ଭଦ୍ରକରେ ପ୍ରଶାସନ ତରଫରୁ କଫ୍ୟୁ ଜାରି କରାଯାଇଥିଲା। ସହରରରେ ଗତବର୍ଷ ଏପ୍ରିଲ ୭ ତାରିଖରୁ ଦୀର୍ଘ ୩୫ ଦିନ ଧରି ଭଦ୍ରକରେ କର୍ଫ୍ୟୁ ବଳବତ୍ତର ରହିଥିଲା । ଏହି ସମୟରେ ସହରର ୪୫ ଜଣ ଲୋକ ଗିରଫ ହୋଇଥିଲେ। ପରେ ଦେଢ ମାସ ଉତ୍ତେଜନା ଲଗି ରହିବା ପରେ ଧୀରେ ଧୀରେ ପରିସ୍ଥିତି ଆଣାୟତ୍ତ ହୋଇଥିଲା। ଏପରି ଘଟଣାର ପୁନଃରାବୃତ୍ତି ନଘଟିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।