ସମଲେଶ୍ୱରୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

0
908
train derailed
train derailed

ରାୟଗଡା : କିଛି ଯାନ୍ତ୍ରିକ ତ୍ରୁଟୀ କାରଣରୁ ରାୟଗଡ଼ା ଷ୍ଟେସନ ଠାରୁ ୨୦ କି.ମି. ଦୂର ସିଙ୍ଗାପୋର ରୋଡ ଓ କେଟିଗୁଡ଼ା ଷ୍ଟେସନ ମଧ୍ୟରେ  ହାୱଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ  ଲାଇନଚ୍ୟୁତ ହୋଇଥିଲା । ରାୟଗଡ଼ାରୁ ଏକ ଇଞ୍ଜିନ ଯାଇ ବଗିରେ ସଂଯୋଗ ହେବା ସହ ଟ୍ରେନ୍ କୁ ରାୟଗଡ଼ା ଅଣାଯାଇଥିଲା । ଦେଢ଼ ଘଂଟା ବିଳମ୍ବରେ ଟ୍ରେନ୍ ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।

ଅଘଟଣ ଯେମିତି ଭାରତୀୟ ରେଳ ବିଭାଗର ପିଛା ଛାଡୁନି । ଗତ କିଛି ଦିନ ତଳେ ବଲାଙ୍ଗିରର କଂଟାବାଞ୍ଜି ଷ୍ଟେସନରୁ ଇଞ୍ଜିନ ବିହୀନ ରେଳବଗି ୧୩ କି.ମି. ପଛକୁ ଗଡିଯିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ରାଜ୍ୟର ବଲାଙ୍ଗିର ଓ ରାୟଗଡ଼ାରେ ଘଟିଯାଇଥିବା ଅଘଟଣ ବିଭାଗକୁ କାଠ ଗଡ଼ାରେ ଛିଡା କରାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ପ୍ରଥମ ଘଟଣାରେ ଆଜି ଅପରାହ୍ନ ପ୍ରାୟ ୫ଟା ୧୬ ମିନିଟ୍ ସମୟରେ୧୮୦୦୫ ହାୱଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସରେ କିଛି ଯାନ୍ତ୍ରିକ ତ୍ରୁଟୀ କାରଣରୁ ରାୟଗଡ଼ା ଷ୍ଟେସନ ଠାରୁ ୨୦ କି.ମି. ଦୂର ସିଙ୍ଗାପୋର ରୋଡ ଓ କେଟିଗୁଡ଼ା ଷ୍ଟେସନ ମଧ୍ୟରେ ଟ୍ରେନ୍ ର ଆଗ ଚକ ଲାଇନଚ୍ୟୁତ ହୋଇଥିଲା । ମାତ୍ର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଥିଲା । ପରେ ରାୟଗଡ଼ାରୁ ଏକ ଇଞ୍ଜିନ ଯାଇ ବଗିରେ ସଂଯୋଗ ହେବା ସହ ଟ୍ରେନ୍ କୁ ରାୟଗଡ଼ା ଅଣାଯାଇଥିଲା । ଦେଢ଼ ଘଂଟା ବିଳମ୍ବରେ ଟ୍ରେନ୍ ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଅନୁରୂପ ଭାବେ ଆଜି ଏକ ମାଲବାହୀ ଟ୍ରେନ୍ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । କିଛି ବାଟ ଆଗକୁ ଯିବା ପରେ ଚାଳକ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ବଗିକୁ ଫେରାଇ ନିଆଯାଇଥିଲା ।