ସମାଜ ପାଇଁ କାମ କର : ରାଷ୍ଟ୍ରପତି

0
952
president kovind
president kovind
ଭୁବନେଶ୍ୱର : କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ, ସମାଜ ପାଇଁ କାମ କରିବା ଦରକାର।  ନିଜ ସ୍ୱତନ୍ତ୍ରତା ଦ୍ୱାରା ଦେଶ ଓ ଜାତିର ସେବା କରିବାକୁ  ଆଇଆଇଟି ଛାତ୍ରଛାତ୍ରୀ ମାନଙ୍କୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ୱାନ କରିଛନ୍ତି।

ଭୁବନେଶ୍ୱର ଅରଗୁଳ କ୍ୟାମ୍ପସ ଠାରେ ଆଇଆଇଟି ଷଷ୍ଠ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି ।  ଶ୍ରୀ କୋବିନ୍ଦ ଉଦବୋଧନ ଦେଇ କହିଛନ୍ତି ଯେ ଜଣେ ଆଇଆଇଟିଆନ ଭାବେ ଦେଶପ୍ରତି ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।  କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ, ସମାଜ ପାଇଁ କାମ କରିବା ଦରକାର। ଏଥିସହ ନିଜ ସ୍ୱତନ୍ତ୍ରତା ଦ୍ୱାରା ଦେଶ ଓ ଜାତିର ସେବା କରିବାକୁ ସେ ନିଜ ଅଭିଭାଷଣରେ କହିଛନ୍ତି। ଏହି ଅବସରରେ ଆଇଆଇଟି ଛାତ୍ରଛାତ୍ରୀ ମାନଙ୍କୁ ସମାଜ ସେବା କରିବାକୁ ଶ୍ରୀ କୋବିନ୍ଦ ଆହ୍ୱାନ କରିଛନ୍ତି।  ଶ୍ରୀ କୋବିନ୍ଦ ନିଜ ଅଭିଭାଷଣ ଆରମ୍ଭରେ କହିଥିଲେ, ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଶିକ୍ଷାନୁଷ୍ଠାନ ଇତିହାସମୟ ବରୁଣେଇ ପାହାଡ଼ ଉପରେ ଅବସ୍ଥିତ। ୨୦୦ ବର୍ଷ ପୂର୍ବ ପାଇକ ବିଦ୍ରୋହ ଗାଥା ଓ ୧୮୧୭ ମସିହାରେ ଘଟିଥିବା ଏହି ବିଦ୍ରୋହର ନେତା ବକ୍ସି ଜଗବନ୍ଧୁ ଉପରେ କହିବା ସହ ୧୮୫୭ ସିପାହୀ ବିଦ୍ରୋହ ଠାରୁ ଏହି ସ୍ୱାଧୀନତା ସଂଗ୍ରାମ ଯଥେଷ୍ଟ ଶକ୍ତିଶାଳି ଥିଲା ବୋଲି ଶ୍ରୀ କୋବିନ୍ଦ କହିଥିଲେ।