ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିବା ନେଇ ଆଶାବାଦୀ : ନବୀନ

0
875
naveen
naveen
ଭୁବନେଶ୍ୱର : “ଅହିଁସା ଆମର ମୂଳମନ୍ତ୍ର।  ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିବା ଦରକାର । ସମ୍ବିଧାନରେ ଏହି ଶବ୍ଦ ରହିବା ନେଇ ସେ  ଆଶାବାଦୀ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ଣରେ ଓଡ଼ିଶା ଫେରିଛନ୍ତି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, “ଅହିଁସା ଆମର ମୂଳମନ୍ତ୍ର। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିବା ଦରକାର । ସମ୍ବିଧାନରେ ଏହି ଶବ୍ଦ ରହିବା ନେଇ ମୁଁ ଆଶାବାଦୀ ବୋଲି ସେ କହିଛନ୍ତି।”

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଆଗୁଆ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛନ୍ତି। ଏହାକୁ ଗୁରୁତର ନେବା ସହ ଶାସକ ଦଳ ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।    ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧ ତାରିଖରେ ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପ୍ରସ୍ତୁତି ବୈଠକ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ।