ସରକାର ମାନିଲେ : ଅନଶନ ଭାଙ୍ଗିଲେ ଆନ୍ନା

0
867
anna ends fast
anna ends fast

ନୂଆଦିଲ୍ଲୀ :  ଅନଶନ  ଭାଙ୍ଗିଛନ୍ତି ଆନ୍ନା ହଜାରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶ ଓ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ ଦିଲ୍ଲୀର ରାମଲୀଲା ମୈଦାନରେ ଆନ୍ନାଙ୍କୁ ଭେଟିଥିଲେ ଏବଂ ସମସ୍ତ ଦାବି ପୁରା କରିବାକୁ ଆଶ୍ଵାସନ ଦେବା  ପରେ ଅନଶନ  ଭାଙ୍ଗିଛନ୍ତି ଆନ୍ନା।

ସାମାଜିକ କାର୍ୟ୍ୟକର୍ତ୍ତା ଆନ୍ନା ହଜାରେ ଗତ ସାତ ଦିନ ଧରି ବସିଥିବା ଅନଶନକୁ ଆଜି ସନ୍ଧ୍ୟାରେ ଭାଙ୍ଗିଛନ୍ତି। ଅନଶନକୁ ଶେଷ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶ ଓ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ ଦିଲ୍ଲୀର ରାମଲୀଲା ମୈଦାନରେ ଆନ୍ନାଙ୍କୁ ଭେଟିଥିଲେ ଏବଂ ସମସ୍ତ ଦାବି ପୁରା କରିବାକୁ ଆଶ୍ଵାସନ ଦେଇଛନ୍ତି।  ଏହା ପରେ ସେଠାରେ ଦୁଇ ନେତା ଆନ୍ନାଙ୍କୁ ଜୁସ ପିଆଇ ଅନଶନକୁ ଭଙ୍ଗ କରିଛନ୍ତି। ମଞ୍ଚରେ ବସିଥିବା ଆନ୍ନାଙ୍କ ସାଥୀମାନେ କହିଛନ୍ତି ଯେ ସରକାର ତାଙ୍କର ସବୁ ଦାବି ମାନି ନେଇଛନ୍ତି। କିଛି ସମୟ ପୂର୍ବରୁ ଫଡନଭିଶ୍ ରାମଲୀଲା ମୈଦାନ ପହଞ୍ଚି ଆନ୍ନାଙ୍କୁ ଜୁସ ପିଆଇ ଅନଶନ ଭଙ୍ଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଆନ୍ନା ହଜାରେ ମାର୍ଚ୍ଚ ୨୩ରୁ ଅନଶନରେ ବସିଥିଲେ ଏବଂ ଆଜି ତାଙ୍କ ଅନଶନର ସପ୍ତମ ଦିନ ଥିଲା। ତାଙ୍କର ସହଯୋଗୀ ଦତ୍ତା ଅଓ୍ଵାରୀ କହିଛନ୍ତି ଯେ ଅନଶନ ସମୟରେ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ଆନ୍ନାଙ୍କ ଓଜନ ୫ କିଲୋଗ୍ରାମ ହ୍ରାସ ପାଇଛି ଏବଂ ତାଙ୍କର ରକ୍ତଚାପ ହ୍ରାସ ପାଇଛି। ଅନଶନ ଭାଙ୍ଗିବା ପରେ ଆନ୍ନା କହିଛନ୍ତି ଯେ ସରକାର  କୃଷକଙ୍କ ସମ୍ବନ୍ଧିତ ସମସ୍ତ ଦାବିକୁ ମାନି ନେଇଛନ୍ତି। ସରକାର ଆମକୁ ୬ ମାସର ସମୟ ମାଗିଛନ୍ତି। ଆମେ ମଧ୍ୟ ସରକାରଙ୍କୁ ଏହି ସମୟ ଦେବୁ। ଏହା ସହିତ ସରକାର ଆମକୁ ସମସ୍ତ ଦାବି ପୂରଣ କରିବାର ଆଶ୍ଵାସନ ଦେଇଛନ୍ତି।  ଗୁରୁବାର ସୋସିଆଲ ମିଡିଆରେ ଆନ୍ନା ଏକ ପୋଷ୍ଟ କରି ଲେଖିଥିଲେ ଯେ ଅନେକ ଦିନରୁ ଅନେକ ଲୋକ ମୋର ସମାଲୋଚନା କରୁଛନ୍ତି। ମୋ ଉପରେ ମିଥ୍ୟା ଅଭିଯୋଗ କରୁଛନ୍ତି ଏବଂ ମୋତେ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ମୁଁ ଜୀବନରେ ସମାଲୋଚନା ବହୁତ ସହ୍ୟ କରିଛି ଓ ମୋତେ ଏସବୁକୁ ଭୟ ଲାଗେ ନାହିଁ। ଦେଶ ସେବା ବଦଳରେ ମୋର କିଛି ଆବଶ୍ୟକ ନାହିଁ ବୋଲି ଆନ୍ନା କହିଛନ୍ତି।