ସରିଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳଣ

0
887

ବ୍ରହ୍ମଗିରି: ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବ୍ରହ୍ମଗିରି ପଂଚୁପାଣ୍ଡବ ମେଳଣ ଶେଷ ହୋଇଛି । ଠାକୁରମାନଙ୍କ ମଧ୍ୟରେ ହୋଇଥିବା ମହାମିଳନ ସମଗ୍ର ଅଂଚଳ ପାଇଁ ଏକ ଭାଇଚାରାର ନିଦର୍ଶନ ସୃଷ୍ଟି କରିଛି । ରାତ୍ରର ଶେଷ ଭାଗରେ ହୋଇଥିଲା ଦେବ ଦୁର୍ଲଭ ଦର୍ଶନ । ଦେବ ସଭାର ସମାପନ ହୋଇଥିଲା ମଧ୍ୟ ରାତ୍ରରେ । ସଭାପତି ଚବିକୁଦର ମୌଡ଼ମଣି ଐମାକେଶ୍ୱର ଦେବ ସଭା ସାଙ୍ଗ କରି ପ୍ରଥମେ ଗାଦି ଛାଡ଼ିଥିଲେ ।ଦେବ ଦୁର୍ଲଭ ଦର୍ଶନ ସମୟରେ ଲୋକେ ପରସ୍ପର ମଧ୍ୟରେ ଅବିର ବୋଳି ଥିଲେ । ଏହି ପରମ୍ପରା ଓ ସଂସ୍କୃତି ଏ ଅଂଚଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ବୋଲି ମେଳଣ କମିଟିର ସଭାପତି ଭଗବାନ ନାୟକ କହିଛନ୍ତି ।