ସରିଲା ମାଟ୍ରିକ୍ ପରୀକ୍ଷା

0
936
matric-exam
matric-exam

ଭୁବନେଶ୍ୱର: ଗତ ୨୩ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗୁରୁବାର ଦିନ ଶେଷ ହୋଇଛି । ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଶେଷ ଦିନରେ ପରିକ୍ଷାର୍ଥୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଆସନ୍ତା ୨୦ରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ୧୩,୨୮୦ ଜଣ ଶିକ୍ଷକ ଖାତା ଦେଖିବେ । ମେ ମାସରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହେବା ମାଟ୍ରିକ ପରୀକ୍ଷାକୁ ବିବାଦ ମଧ୍ୟକୁ ଟାଣି ନେଇଛି । ତୃତୀୟ ଭାଷା ସଂସ୍କୃତ ବିଷୟକୁ ଛାଡ଼ିଦେଲେ ଅଧିକାଂଶ ବିଷୟର ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିଲା । ପରୀକ୍ଷା ହଲ୍ ମଧ୍ୟକୁ ମୋବାଇଲ ନେବାକୁ ବ୍ୟାନ୍ କରାଯାଇଥିଲେ ମଧ୍ୟ କିଏ ଓ କିପରି ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ତାହାର କୌଣସି ଟେର୍ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟକ ପାତ୍ରଙ୍କ ସମେତ ବୋର୍ଡ କତୃପକ୍ଷ ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗକୁ ଖଣ୍ଡନ୍ କରିଛନ୍ତି। ଏହାକୁ ଗୁଜବ ବୋଲି କହିବା ସେମାନେ ସୂଚେଇଛନ୍ତି।