ସରିଲା ୩୬ ତୁମ୍ବ କାମ : ଚାଲିଛି ଅର କଣ୍ଟା ନିର୍ମାଣ

0
953
rath work in puri
rath work in puri
ପୁରୀ  :  ବର୍ତ୍ତମାନ ସୁଦ୍ଧା ୪୬ ତୁମ୍ବରୁ ୩୬ ତୁମ୍ବ କାମ ସରିଲାଣି । ଦୋଳବୋଦୀ କୋଣରେ ରଥ ପାଇଁ ଅର କଣ୍ଟା ନିର୍ମାଣ ଚାଲିଛି ।
ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାମ ରଥ ଖୋଳାରେ ଜୋରସୋରରେ ଚାଲିଛି । ମହାରଣା ସେବକମାନେ ରଥ ଅନୁଯାୟୀ ବିଭକ୍ତ ହୋଇ ମାତିଛନ୍ତି କାମରେ । ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଚାଲିଛି ରଥ କାମ । ମହାରଣା ସେବକମାନେ ତୁମ୍ବବିନ୍ଧ କାମରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୬ ତୁମ୍ବରୁ ୩୬ ତୁମ୍ବ କାମ ସରିଲାଣି । ନନ୍ଦିଘୋଷ ରଥର ଗୋଟିଏ, ଦେବଦଳନର ଦୁଇଟି ଓ ତାଳଧ୍ୱର୍ଯ୍ୟ ରଥର ତିନୋଟି ତୁମ୍ବ ନିର୍ମାଣ କରାଯିବ । ଗୁରୁବାର କଟକ ମିଲରୁ ୧୨୨ ଖଣ୍ଡ କାଠ ଆସିଛି । ଏଥିରେ ଜନ୍ତା, ଅର ଓ ଫାଳି ପଟା ରହିଛି । ଭୋଇ ସେବକମାନେ ଚିରଟରେ ଲାଗିଛନ୍ତି । ଦୋଳବୋଦୀ କୋଣରେ ରଥ ପାଇଁ ଅର କଣ୍ଟା ନିର୍ମାଣ ଚାଲିଛି ।