ସର୍ଭେ: କର୍ଣ୍ଣାଟକରେ ଝୁଲା ବିଧାନସଭା

0
827
karnataka assembly
karnataka assembly

ନୂଆଦିଲ୍ଲୀ : ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କାହାରିକୁ ପୂର୍ଣ୍ଣ ବହୁମତ ମିଳିବ ନାହିଁ । ଝୁଲା ବିଧାନସଭା ହେବ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଉଛି ।

ବିଧାନସଭା ନିର୍ବାଚନ ପୂର୍ବରୁ ଟାଇମ୍ସ ନାଓ-ଭିଏମ୍‌ଆର ଦ୍ୱାରା ହୋଇଥିବା ସର୍ଭେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ସର୍ଭେ କରିଛି। ସର୍ଭେ ଅନୁସାରେ କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ। ଏଭଳି ସ୍ଥିତିରେ ଜେଡିଏସ୍‌ ମୁଖ୍ୟ ଏଚ୍‌ଡି କୁମାରସ୍ୱାମୀ କିଙ୍ଗମ୍ୟାକରଙ୍କ ଭୂମିକା ନିଭାଇ ପାରନ୍ତି। ୨୨୪ ସଦସ୍ୟଯୁକ୍ତ ବିଧାନସଭାରେ ଏଥର କ୍ଷମତାଶାଳୀ କଂଗ୍ରେସକୁ ୯୧ଟି ସିଟ, ବିଜେପିକୁ ୮୯ଟି ଆସନ ମିଳିପାରେ। ସେହିଭଳି ଜେଡିଏସ୍‌କୁ ୪୦ଟି ଆସନ ମିଳିବ ବୋଲି ସର୍ଭେ କହିଛି। ଲିଙ୍ଗାୟତ ସମ୍ପ୍ରଦାୟକୁ ଅଲଗା ସ୍ୱତନ୍ତ୍ର ମାନ୍ୟତା ଦେଇଥିବା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମିୟାଙ୍କ ପ୍ରଭାବ ଭୋଟ୍‌ରେ ପରିବର୍ତ୍ତନ ହେବା ଦେଖାଯାଉ ନାହିଁ।   

ରିପୋର୍ଟ ଅନୁସାରେ ଆଜି ବି ଯଦି ମତଦାନ ହୁଏ, ତା’ହେଲେ ମୁଖମନ୍ତ୍ରୀ ସିଦ୍ଧରମିୟା ଅଥବା ୟେଦିୟୁରପ୍ପା ସରକାର ଗଢ଼ିବା ସ୍ଥିତିରେ ନାହାନ୍ତି। କାରଣ ଉଭୟ ଦଳର ନେତାଙ୍କୁ ୧୧୨ଟି ସିଟ୍‌ ମିଳୁ ନାହିଁ। ମଧ୍ୟ କର୍ଣ୍ଣାଟକରେ ବିଜେପିକୁ ୩୫ରୁ ୨୨ସିଟ୍‌ ମିଳିପାରେ। ଗତ ୨୦୧୩ ନିର୍ବାଚରେ ଏଠାରେ ବିଜେପିକୁ ମାତ୍ର ୪ଟି ଆସନ ମିଳିଥିଲା। ଏଠାରେ କଂଗ୍ରେସକୁ ୧୯ଟି ସିଟ୍‌ ମିଳିଥିବା ବେଳେ ଏଥର ୧୦ଟି ମିଳିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଜେଡିଏସକୁ ୩ଟି ଆସନ ମିଳିପାରେ ବୋଲି ରିପୋର୍ଟ କହୁଛି।