ସାଂପ୍ରଦାୟିକ ହିଂସା : ଶୀର୍ଷରେ ଉତ୍ତରପ୍ରଦେଶ

0
1007
up-riots
up-riots

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଗତ ବର୍ଷ ଅଧିକ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି । ସାଂପ୍ରଦାୟିକ ହିଂସା ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି ବୋଲି ସରକାର କହିଛନ୍ତି।

ଉତ୍ତରପ୍ରଦେଶରେ ଗତ ବର୍ଷ ଅଧିକ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି ବୋଲି ବୁଧବାର ଲୋକସଭାରେ ସରକାର କହିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗରାମ ଆହିର କହିଛନ୍ତି, ୨୦୧୭ରେ ଦେଶରେ ୮୨୨  ସାମ୍ପ୍ରଦାୟିକ ହିଂସା ଘଟିଥିଲା। ସେହିଭଳି ୨୦୧୬ରେ ୭୦୩, ୨୦୧୫ରେ ୭୫୧ଟି ସାମ୍ପ୍ରଦାୟିକ ହିଂସାକାଣ୍ଡ ସଂଘଟିତ ହୋଇଥିଲା।   ୨୦୧୭ରେ ଉତ୍ତରପ୍ରଦେଶରେ ୧୯୫ଟି ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ବେଳେ କର୍ଣ୍ଣାଟକରେ ୧୦୦ଟି, ରାଜସ୍ଥାନରେ ୯୧ଟି, ବିହାରରେ ୮୫ଟି, ମଧ୍ୟପ୍ରଦେଶରେ ୬୦ଟି ଘଟିଥିଲା। ସେହିଭଳି ୨୦୧୬ରେ ଉତ୍ତରପ୍ରଦେଶରେ ୧୬୨ଟି ସାମ୍ପ୍ରଦାୟି ହିଂସାକାଣ୍ଡ ଘଟିଥିବା ବେଳେ କର୍ଣ୍ଣାଟକରେ ୧୦୧ଟି, ମହାରାଷ୍ଟ୍ରରେ ୬୮ଟି, ବିହାରରେ ୬୫ଟି ଓ ରାଜସ୍ଥାନରେ ୬୩ଟି ଏଭଳି ଘଟଣା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଆହିର କହିଛନ୍ତି, ଧାର୍ମିକସ୍ଥଳ, ଜମି ବିବାଦ ଓ ସାମାଜିକ ସମସ୍ୟା ନେଇ ଉପରୋକ୍ତ ସାମ୍ପ୍ରଦାୟିକ ହିଂସା ହୋଇଥିଲା।