ସାଲେପୁର ପୀଡ଼ିତାଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀଙ୍କ ଶୋକ

0
873
rape victim1
rape victim1
ଭୁବନେଶ୍ୱର : ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁକୁ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପା ରାଶି ବାବାଦକୁ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି କହିବା ସହ ଅଭିଯୁକ୍ତକୁ ଦଣ୍ଡ ଦେବାକୁ ସବୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆଜି ବିଧାନସଭା ଗୃହରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୃହ କାର୍ୟ୍ୟ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ବିବୃତ୍ତି ରଖି କହିଥିଲେ ଯେ ଦୁର୍ଭାଗ୍ୟବସତଃ ଗତକାଲି ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ପୀଡ଼ିତାଙ୍କ ମୃତ୍ୟୁ ନେଇ ମୁଁ ଅତ୍ୟନ୍ତ ଦୁଃଖୀ । ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପୀଡ଼ିତାଙ୍କ ଚିକିତ୍ସାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଥିଲା। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା। ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପା ରାଶି ବାବାଦକୁ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି କହିବା ସହ ଅଭିଯୁକ୍ତକୁ ଦଣ୍ଡ ଦେବାକୁ ସବୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।