ସିଆଇଆଇ ଓହରିବା ପଛରେ ରହିଛି ଷଡ଼ଯନ୍ତ୍ର : ବିଜେଡି

0
973
make-in-odisha
make-in-odisha
ଭୁବନେଶ୍ୱର :  ପୂର୍ବ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସିଆଇଆଇ ପାର୍ଟନର ଥିଲା । ଏବେ ଓହରିବା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ବିଜେଡି ଅଭିଯୋଗ କରିଛି ।
ବିଜେଡି ମୁଖପାତ୍ର ପ୍ରତାପ ଦେବ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୂର୍ବ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସିଆଇଆଇ ପାର୍ଟନର ଥିଲା । ଏଥର ବି ପାର୍ଟନର ଥିଲା, ଜାନୁଆରୀରେ ବଜେଟ ଦେଇଥିଲା । ଏମିତିକି ସଂଗଠନ ପକ୍ଷରୁ ଫେବୃଆରୀରେ କୋଅର୍ଡିନେଟର ବି ନିଯୁକ୍ତି କରାଯାଇଥିଲା । ଏବେ ହଠାତ ଗତ ୪ ତାରିଖରେ ସିଆଇଆଇ ପକ୍ଷରୁ ଚିଠି ଲେଖାଯାଇ, ପୂର୍ବରୁ ଅନ୍ୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଥିବା କହି ଓହରିଯାଇଛନ୍ତି ବୋଲି ସେ କହିଛନ୍ତି । ଏହାସହ ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କ ଚାପରେ ଏପରି ହୋଇନି ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ଅନ୍ୟପକ୍ଷରେ ଏହା ଉପରେ ପ୍ରତିକ୍ରିୟା ରଖି ଶ୍ରୀମତୀ ପଣ୍ଡା କହିଛନ୍ତି ଯେ ବିଜେଡିକୁ ମୋର ଅନୁରୋଧ, ମୋତେ ପଲିଟିକ୍ସକୁ ଟାଣନ୍ତୁନି, ଯାହା ରାଜନୀତି କରିବାର ଅଛି ବୈଜୟନ୍ତ ପଣ୍ଡାଙ୍କୁ ନେଇ କରନ୍ତୁ । ମୁଁ ଏ ରାଜ୍ୟରେ ୨୫ ବର୍ଷ ହେଲା ବ୍ୟବସାୟରେ ସଂପୃକ୍ତ ଅଛି, ଅ।ମ କଂପାନୀ ରାଜ୍ୟରେ ୩ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି । ଓଡ଼ିଶା ଶିଳ୍ପ ଜଗତର ଅବିଚ୍ଛେଦ ଅଙ୍ଗ ଭାବେ ମୁଁ ରହି ଅ ।ସିଛି, ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ନେଇ ମୋର ଶୁଭେଚ୍ଛା ରହିଛି । ବର୍ତମାନ ସ୍ଥିତି ନେଇ ସିଆଇଆଇ ଓଡ଼ିଶା, କେନ୍ଦ୍ର କାର୍ଯ୍ୟାଳୟ ସହ ଅ ।ଲୋଚନା ହେଉ ଏବଂ ପୂର୍ବଂଚଳ ସଭାପତି ଭାବେ ମେକ୍ ଇନ୍ ଓଡ଼ିଶା ପାଇଁ ମୋର ସହଯୋଗ ରହିବ ବୋଲି ସେ କହିନ୍ତି ।