ସିଆଚେନ ଗ୍ରସ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0
853
president of india at siachin
president of india at siachin

ନୂଆଦିଲ୍ଲୀ : ସିଆଚେନ ଗ୍ରସ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଋାଷ୍ଟ୍ରପତି କୋବିନ୍ଦ ସିଆଚେନର ବେସ କ୍ୟାମ୍ପରେ ଜଗୁଥିବା ସୌନିକଙ୍କ ସହିତ କିଛି ସମୟ କଥାବାର୍ତା କରିଥିଲେ ।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ତାଙ୍କ ଏକଦିବସୀୟ ଯାତ୍ରାରେ ସିଆଚେନରେ ପହଂଚିଛନ୍ତି । ଗୁରୁବାର ଦିନ ସେ ସିଆଚେନ ଯାତ୍ରରେ ସେନାର ଏକ ପରୱାଡ ପୋଷ୍ଟ ଯାତ୍ରା କରିଥିଲେ । ଏହି ସମୟରେ ତାଙ୍କ ସହିତ ସେନାଧ୍ୟକ୍ଷ ବିପିନ ରାୱତ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ପୂର୍ବରୁ ସେନାଧ୍ୟକ୍ଷ ବିପିନ ରାୱତ କାଶ୍ମୀର ପହଂଚି ସାରିଥିଲେ । ଋାଷ୍ଟ୍ରପତି କୋବିନ୍ଦ ସିଆଚେନର ବେସ କ୍ୟାମ୍ପରେ ଜଗୁଥିବା ସୌନିକଙ୍କ ସହିତ କିଛି ସମୟ କଥାବାର୍ତା କରିଥିଲେ । ବରଫ ଘେରା ଏହି କ୍ୟାମ୍ପରେ ଭାରତୀୟ ସେନା ତରଫରୁ ରାଷ୍ଟ୍ରପତିଙ୍କୁ ରାଜକୀୟ ସମ୍ମାନ ମିଳିଛି ।

ରାଷ୍ଟ୍ରପତି କୋବିନ୍ଦଙ୍କ ପୂର୍ବରୁ ୨୦୦୪ରେ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ବେସ କ୍ୟାମ୍ପ ଯାତ୍ରା କରିଥିଲେ । ରାଷ୍ଟ୍ରପତି କୋବିନ୍ଦ ନିଜର ଏହି ଗ୍ରସ୍ତ ସମୟରେ କୁମାର ପୋଷ୍ଟ ମଧ୍ୟ ଭ୍ରମଣ କରିଥିଲେ । ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକ୍ୟାପଟର ମାଧ୍ୟମରେ ସିଆଚେନ ବେସକ୍ୟାମ୍ପରେ ପହଂଚି ଥିଲେ । ଯାତ୍ରା ସମୟରେ ରାଷ୍ଟ୍ରପତି ସିଆଚେନରୁ ଭାରତ-ପାକ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ।