ଭୁବନେଶ୍ୱର : ମାର୍ଚ୍ଚ ୨୦୧୭ ସୁଦ୍ଧା ରାଜ୍ୟ ସରକାର ୧୧ ହଜାର ୯୭୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରିପାରି ନ ଥିବା ରାଜସ୍ୱ କ୍ଷେତ୍ର ସମ୍ପର୍କିତ ରିପୋର୍ଟରେ ଦର୍ଶାଯାଇଛନ୍ତି ସିଏଜି। ଭାଟ୍, ପ୍ରବେଶ କର ଓ ଖଣିଜ କର ବାବଦକୁ ମାର୍ଚ୍ଚ ୨୦୧୭ ସୁଦ୍ଧା ରାଜ୍ୟ ସରକାର ୧୧ ହଜାର ୯୭୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରିପାରି ନ ଥିବା ରାଜସ୍ୱ କ୍ଷେତ୍ର ସମ୍ପର୍କିତ ରିପୋର୍ଟରେ ଦର୍ଶାଯାଇଛନ୍ତି ସିଏଜି। ସେଥିରୁ ୪ ହଜାର ୫୬୬ କୋଟି ୭ ଲକ୍ଷ ଟଙ୍କା ୫ବର୍ଷରୁ ଅଧିକ ସମୟ ଧରି ପଡି ରହିଛି । ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ କରାଯାଇ ନ ଥିବାରୁ ୨ କୋଟି ୫୯ ଲକ୍ଷ ଟଙ୍କାର କର ଓ ଜରିମାନା ଆଦାୟ ହୋଇପାରି ନ ଥିଲା। ଅବକାରୀ ସମ୍ପର୍କିତ ଅପରାଧ ମାମଲାଗୁଡ଼ିକର ଲମ୍ବା ବିଚାରକାଳ ଦୂର କରିବାକୁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇ ନ ଥିବା ସିଏଜି କହିଛନ୍ତି। ବିକ୍ରୟପତ୍ରଗୁଡ଼ିକର ପଞ୍ଜିକରଣ ଉପରେ ୪୨ ଲକ୍ଷ ୬୧ ହଜାର ଟଙ୍କାର ଷ୍ଟାମ୍ପ୍ ଶୁଳ୍କ ଓ ନିବନ୍ଧନ ଫି ଆଦାୟ କରାଯାଇ ନ ଥିଲା। ୭୭.୫୩ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ୨୦୧୨-୧୬ ମଧ୍ୟରେ ଖଣିଜ ଭଣ୍ଡାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟି ନ ଥିଲା। ୨୦୧୬-୧୭ରେ ରାଜ୍ୟ ସରକାର ୩୦ ହଜାର ୮୯୫ କୋଟି ୪୯ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କଠାରୁ ୪୩ ହଜାର ୪୦ ୩ କୋଟି ୯୦ ଲକ୍ଷ ଟଙ୍କା ପାଇଥିବା ସିଏଜି ଦର୍ଶାଇଛନ୍ତି।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...