ସିବିଏସଇ ପେପର ଲିକ୍ ଅଭିଯୋଗ : ପୁଣି ହେବ ଦଶମର ଗଣିତ ଓ ଦ୍ଵାଦଶର ଅର୍ଥନୀତି ପରୀକ୍ଷା

0
1200
cbse exam
cbse exam

ନୂଆଦିଲ୍ଲୀ  : ଦଶମ ଶ୍ରେଣୀର ଗଣିତ ଏବଂ ଦ୍ଵାଦଶ ଶ୍ରେଣୀର ଅର୍ଥନୀତି (ଇକୋନୋମିକ୍ସ) ପରୀକ୍ଷା ପୁର୍ନବାର କରାଯିବ। ସିବିଏସଇ ଏହି ପଦକ୍ଷେପ ପରୀକ୍ଷାରେ ହୋଇଥିବା ପେପର ଲିକ୍ ଅଭିଯୋଗକୁ ଧ୍ୟାନରେ ରଖି ନେଇଛନ୍ତି। ପୁର୍ନବାର ହେବାକୁ ଥିବା ଏହି ପରୀକ୍ଷା କେବେ ହେବ ତାର ତାରିଖ ଆଗାମୀ ସପ୍ତାହାରେ ଜାରି କରାଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦଶମ ଏବଂ ଯୁକ୍ତ ୨ ପରୀକ୍ଷାକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଦଶମ ଶ୍ରେଣୀର ଗଣିତ ଏବଂ ଦ୍ଵାଦଶ ଶ୍ରେଣୀର ଅର୍ଥନୀତି (ଇକୋନୋମିକ୍ସ) ପରୀକ୍ଷା ପୁର୍ନବାର କରାଯିବ। ବୋର୍ଡ ଏହି ପଦକ୍ଷେପ ପରୀକ୍ଷାରେ ହୋଇଥିବା ପେପର ଲିକ୍ ଅଭିଯୋଗକୁ ଧ୍ୟାନରେ ରଖି ନେଇଛନ୍ତି। ପୁର୍ନବାର ହେବାକୁ ଥିବା ଏହି ପରୀକ୍ଷା କେବେ ହେବ ତାର ତାରିଖ ଆଗାମୀ ସପ୍ତାହାରେ ଜାରି କରାଯିବ। ଛାତ୍ର-ଛାତ୍ରୀ ଏହି ସଂପର୍କିତ ସୂଚନା ବୋର୍ଡର ଓ୍ଵେବସାଇଟରୁ ପାଇ ପାରିବେ।  ଉଲ୍ଲେଖଯୋଗ୍ୟ ଦ୍ଵାଦଶ ଶ୍ରେଣୀର ଇକୋନୋମିକ୍ସ ପରୀକ୍ଷା ମାର୍ଚ୍ଚ ୨୭ ଏବଂ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ମାର୍ଚ୍ଚ ୨୮ରେ ହୋଇଥିଲା। ସିବିଏସଇ ସୂଚନା ଦେଇଛି ଯେ ପରୀକ୍ଷାର ତାରିଖ ଘୋଷଣା ଗୋଟିଏ ସପ୍ତାହ ଭିତରେ କରାଯିବ ଏବଂ ଓ୍ଵେବସାଇଟରେ ଏହାର ସବିଶେଷ ସୂଚନା ଦିଆଯିବ।

ଚଳିତ ବର୍ଷ ମାର୍ଚ୍ଚ ୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଆରମ୍ଭ ହୋଇଥିଲା।  ଏହି ପରୀକ୍ଷାରେ ସାରା ଦେଶରୁ ୨୮ ଲକ୍ଷ ୨୪ ହଜାର ୭୩୪ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ସିବିଏସଇ ମୁତାବକ ଚଳିତ ବର୍ଷ ଦଶମ ପରୀକ୍ଷାରେ ୧୬ ଲକ୍ଷ ୩୮ ହଜାର ୪୨୮ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ୧୧ ଲକ୍ଷ ୮୬ ହଜାର ୩୦୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।