ସିରିଜ୍ ଦୁର୍ଘଟଣା : ୨ ମୃତ, ୨ ଗୁରୁତର

0
795
road accident in bhadrak
road accident in bhadrak
ଭଦ୍ରକ :  ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଚରମ୍ପା ରେଲୱେ ଓଭରବ୍ରିଜ ନିକଟରେ ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗୁରୁବାର ସକାଳ ୬.୩୦ ବେଳେ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରେଲୱେ ଓଭରବ୍ରିଜ ନିକଟରେ ଆରଟିଓ ଚେକିଂ ହେଉଥିଲା। ଏହି ସମୟରେ ହୋମଗାର୍ଡ ଚେକିଂ ପାଇଁ ଏକ ଟ୍ରକକୁ ଅଟକେଇବା ସମୟରେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ଏହା ପରେ ଅନ୍ୟ ୩ଟି ଟ୍ରକ ପଛକୁ ପଛ ପିଟି ହେବାରୁ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।